ବେଇଜତ୍ ହେଇଗଲେ ବିଧାୟକ:
ପିଠା ସଭାରେ ମୋଦୀଙ୍କ ପ୍ରଶଂସା!
ମୁହଁ ପୋତି ବସିଲେ,
ଶୀତ ଦିନଟାରେ ରୁମାଲ କାଢ଼ି ମୁହଁ ପୋଛିଲେ!
ଏପରି ଘଟିଛି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସଙ୍କ କ୍ଷେତ୍ରରେ। ଏପରି ଏକ ଭିଡିଓ ଭାଇରାଲ ହେଇଛି, ଯେଉଁଥିରେ ବିଧାୟକଙ୍କୁ ବେଇଜତ୍ ହେବାର ଦେଖାଦେଇଛି। ମୁଖ୍ୟ ଅତିଥି ସମୀର ରଞ୍ଜନ ଦାସଙ୍କ ଉପସ୍ଥିତିରେ ସଭାସ୍ଥଳୀରେ ଜଣେ କାର୍ଯ୍ୟକର୍ତ୍ତା ମାଇକ୍ରୋଫୋନ ଧରି ପ୍ରଥମେ ସମୀର ଦାସଙ୍କୁ କହିଛନ୍ତି, ଆପଣ କ’ଣ ମୋ ଅଥୋରିଟି ଯେ, ମୁଁ କ’ଣ କହିବି, ଆପଣଙ୍କୁ ପଚାରିକି କହିବି? ବିଧାୟକ ଏବଂ ସଂପୃକ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ହୋଇଛି। ଏହାପରେ ବିଧାୟକଙ୍କ ସ୍ୱର ଦବି ଯାଇଛି। କହିଛନ୍ତି, ହଉ କହ, କ’ଣ କହିବ କୁହ।
ଏହାପରେ ଯୁବ କାର୍ଯ୍ୟକର୍ତ୍ତା ଜଣଙ୍କ ବିଜେଡି ସରକାରଙ୍କ ସଭାରେ ବିଜେଡି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି। କହିଛନ୍ତି, ବିଧାୟକ ମୋ ପ୍ରଶ୍ନର ଉତ୍ତର ରଖିବେ। ପାତରଅନ୍ତର କଥା କହି ଯୁବ କାର୍ଯ୍ୟକର୍ତ୍ତା ଜଣଙ୍କ କହିଛନ୍ତି, ୧୮ ବର୍ଷ ଶାସନ କାଳର ମୁଖ୍ୟମନ୍ତ୍ରୀଙ୍କ କଥା ବଖାଣୁ ଥିବାବେଳେ ୪ ବର୍ଷ ଶାସନର ପ୍ରଧାନମନ୍ତ୍ରୀଙ୍କ କଥା କହିବାକୁ ବିଧାୟକ କାହିଁକି ଭୁଲି ଯାଉଛନ୍ତି? ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କରିଛନ୍ତି ବୋଲି ଯଦି ବିଧାୟକ କହୁଛନ୍ତି, ତେବେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୪ ବର୍ଷରେ ଅନେକ ଗୁଡ଼ିଏ ଯୋଜନା କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଲୋକଙ୍କର, ତେବେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଧ୍ୟ ଲୋକଙ୍କର। ଯଦି ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସା କରାଯିବ, ତେବେ ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା କାହିଁକି ନୁହେଁ? ଯୁବ କାର୍ଯ୍ୟକର୍ତ୍ତା ଜଣଙ୍କ କେତୋଟି କେନ୍ଦ୍ରୀୟ ଯୋଜନା ବାବଦରେ ମଧ୍ୟ ଉଦାହରଣ ରଖିଥିଲେ।ବିଚାରା ବିଧାୟକ ବେଇଜତ୍ ହୋଇ ମୁହଁ ପୋତି ବସିଥିଲେ!/ଦେବଦତ୍ତ



