ଚଣ୍ଡିଖୋଲ,୧୦/୧ (ସନ୍ଧାନ ନିୟୁଜ) -ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଂଚଳରେ ମାଙ୍କଡା ପଥର ଓ ମୋରମ ଲୁଟର ଘଟଣା ଦିନକୁ ଦିନ ବଢି ବଢି ଚାଲିଛି । ଏହି ତହସିଲ ଅନ୍ତର୍ଗତ ମାଣ୍ଡୁକା,ଅଚ୍ୟୁତ ବସନ୍ତ, ମଝିପଡା, ଅସିହା ଓ ଚାରିନଙ୍ଗଳ ରାଜସ୍ୱ ମୌଜାରୁ ଗ୍ୟାଙ୍ଗଷ୍ଟାର ଟିଟୋ ବିନା ଲିଜରେ ଅନେକ ଅଂଚଳରୁ ମୋରମ ଲୁଟ କରିବା ଘଟଣା ସମଗ୍ର ଅଂଚଳରେ ଏକ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା । ଏଠାରେ କାର୍ଯ୍ୟରତ ତହସିଲଦାରଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମାନେ ମାଫିଆ ମାନଙ୍କ ସହ ହାତ ମିଳେଇ ଏଭଳି ବେଆଇନ କାର୍ଯ୍ୟ କରୁଥିବା ସାଧାରଣରେ ଆଲୋଚନା ହେଉଅଛି । କେତେକ କମ୍ପାନୀକୁ ଅହେତୁକ ଅନୁକମ୍ଫା ପ୍ରଦର୍ଶନ କରି ପୂର୍ବରୁ ଜୋରାବାଟି, ବାତୋ, ମହାଖଳା ଓ କୋହ୍ଲସାହି ମୌଜାରୁ ବିନା ଲିଜରେ ଶହଶହ ଟ୍ରିପ ମୋରମ ଚୋରା ଚାଲାଣ କରାଯାଉଥିଲା । ଗତ ୪ ଦିନ ହେବ ଦର୍ପଣଗଡର ରାଜସ୍ୱ ସର୍କଲ ଅଂଚଳର କୋହ୍ଲସାହି ମୌଜାରୁ ବିନା ଅନୁମତିରେ ଏବଂ ସମ୍ପୂର୍ଣ୍ଣ ବେଆଇନ ଭାବେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ମୋରମ ଖନନ ଚାଲୁଅଛି । ପ୍ରତ୍ୟେହ ପ୍ରାୟ ହାଇଓା ଟ୍ରକ ମୋରମ ହରିଦାସପୁର-ପାରାଦୀପ ରେଳପଥ କାର୍ଯ୍ୟ ପାଇଁ ଏ.ଆର.ଏସ.ଏ.ସ କମ୍ପାନୀ ତଥା ଅନ୍ୟ ଅଂଚଳକୁ ବିଭିନ୍ନ ବେସରକାରୀ କାର୍ଯ୍ୟରେ ବ୍ୟବହାର ପାଇଁ ଚୋରାଚାଲାଣା କରାଯାଉ ଅଛି । ଗତ ୪ଦିନ ମଧ୍ୟରେ ଏଠାରୁ ପ୍ରାୟ ୩୦ହଜାର ଘନଫୁଟର ଗର୍ତ ସୃଷ୍ଟି ହେବା ସହ ଆନୁମାନିକ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ସରକାରୀ ରାଜସ୍ୱ ଦଲାଲ ଓ ଅଧିକାରୀଙ୍କ ପକେଟକୁ ଚାଲିଯାଇଛି । ଏହି ଖନନ ପାଇଁ ମାଇନିଂ ପ୍ଳାଂଟ, ପରିବେଶ ମଞ୍ଜୁରୀ କିମ୍ବା ତହସିଲ ପକ୍ଷରୁ କୋଣସି ଅନୁମତି ମିଳୀ ନଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି । ଏଥି ସହିତ ଏହି ତହସିଲ ଅଧିନରେ ପଶ୍ଚିମ ବଡଚଣାର ପାରିଆ, ସମିଆ, ଶାଳପଡା, ବୈରୀ, ଚଣ୍ଡିତଳ ଓ ଦର୍ପଣ ଗ୍ରାମ ପଂଚାୟତର ବିଭିନ୍ନ ରାଜସ୍ୱ ଗ୍ରାମର ଜଙ୍ଗଲ କିସମ ଓ ବେସରକାରୀ ଜମିରେ ଦୈନିକ ଶହଶହ ଟ୍ରିପ ମାଙ୍କଡା ପଥର ଚୋରାଚାଲାଣ ହେଉଥିଲେ ବି ତହସିଲ କିମ୍ବା ପୋଲିସ ପକ୍ଷରୁ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଠିାକସଂସ୍ଥା, ପଥର ମୋରମ ଚୋରାଚାଲାଣ ମାଫିଆଙ୍କ ପ୍ରତି ପ୍ରଶାସନ କାହିଁକି ଏଭଳି ଅହେତୁକ ଦରଦ ପ୍ରକଟିତ ହେଉଛି । ତାହା ସାଧାରଣରେ ପ୍ରଶ୍ନବାଚୀ ସ୍ୃଷ୍ଟି କରୁଛି । ଲୁଟେରାଙ୍କ ଠାରୁ ମାସକୁ ଦୁଇ ତିନୋଟି ଟ୍ରକକୁ ଜବତ କରି ନାମକୁ ମାତ୍ର ଜୋରିମନା ନେଇ ଘଂଟାକ ଭିତରେ ଗାଡି ଛାଡି ଦେଉଥିବା ଦେଖିବାକୁ ମିଳୁଛି । ପ୍ରଶାସନ ଏଭଳି ବେପୁରୁଆ ମନୋଭାବ ମାଫିଆଙ୍କ ସହ ମିଲି ଭଗତରେ ବଡଚଣାର ରାଜସ୍ୱ ଲୁଟରେ ଲିପ୍ତ ଥିବାରୁ ସରକାରଙ୍କ ହାତରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ବାଟମାରଣା ହେବାରେ ଲାଗିଛି ।
ଗୋଦାମରେ ଲୁଣ ଲୋଡ କରୁଥିବା ଶ୍ରମିକର ମୃତ୍ୟୁ
ମାଙ୍କଡା ପଥର ଓ ମୋରମ ଲୁଟେରାଙ୍କ କବ୍ଚାରେ ଦର୍ପଣ ତହସିଲ
|
January 10, 2019 |