ଧାନମଣ୍ଡଳ: ଗୋଦାମରେ ଲୁଣ ଲୋଡ କରୁଥିବା ଶ୍ରମିକର ମୃତ୍ୟୁ

Spread the love

ଚଣ୍ଡିଖୋଲ, ୧୦/୧ (ସନ୍ଧାନ ନିୟୁଜ)  ବଡଚଣା ବ୍ଳକ ଅନ୍ତର୍ଗତ ବାଉଁଶପୁଟ ଗ୍ରାମର ଗଣେଶ ଦେହୁରୀଙ୍କ ପୁଅ ବାଦଲ(୪୨) ଧାନମଣ୍ଡଳ ଠାରେ ଗତ ମଙ୍ଗଳବାର ଦିନ ଟ୍ରକ ଉପରକୁ ଲୁଣ ଉଠାଉଥିବା ସମୟରେ ଭାରସାମ୍ୟ ହରାଇ ତଳେ ଗଳି ପଡିଥିଲା । ତାଙ୍କୁ ନିକଟସ୍ଥ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିସôା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଦୁଇଦିନ ଚିକିସôାଧିନ ସମୟରେ ତାଙ୍କର ଅବସ୍ଥା ଅଧିକ ଜଟିଳ ହୋଇପଡିଥିଲା । ଆଜି ଗୁରୁବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବାପରିବାର ବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । ଆହାତ ପରେ ସଂପୃକ୍ତ ଠିକାସଂସ୍ଥା ଗରିବ ଶ୍ରେଣୀୟ ଏହି ଶ୍ରମିକଙ୍କ ପ୍ରତି କୌଣସି ଅନୁକମ୍ଫା କିମ୍ବା ସହାୟତା ପ୍ରଦାନ ନକରିବାରୁ ତାଙ୍କର ଉନ୍ନତ ଚିକିସôା ହୋଇ ପରି ନଥିବା ପରିବାର ପକ୍ଷରୁ ଅଭିଯୋଗ ମିଳିଛି । ତାଙ୍କର ବିଧବା ପତ୍ନୀଙ୍କ ସହ ତିନୋଟି ବାପ ଛେଉଣ୍ଡ ପିଲାଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ କରାଯିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment