ଯାଜପୁର, : ୧୪/୧୧/୨୬ (ସନ୍ଧାନ ନ୍ୟୁଜ) ଜିଲ୍ଲା ଶ୍ରମ ବିଭାଗ, ଯାଜପୁର ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁରଙ୍କ ମିଳିତ ପ୍ରୟାସରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା -୨୦୨୬ ଯାଜପୁର ଟାଉନ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମହେଶ୍ୱର ସାହୁଙ୍କ ଅଧକ୍ଷତାରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ (ମଙ୍ଗଳ), ଶ୍ରୀ ସୁଧୀର କୁମାର ସାହୁ ମୁଖ୍ୟ ଅତିଥି ଓ ଅନ୍ୟତମ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ (ପ୍ରବର୍ତ୍ତନ) ଶ୍ରୀ ଦୀପ୍ତି ରଞ୍ଜନ ସାହୁ ସ୍ୱତନ୍ତ୍ର ଅତିଥି ତଥା ସମ୍ମାନିତ ଅତିଥି ରୂପେ ଶ୍ରୀ ସୋମ୍ୟ ସୁନ୍ଦର ରାଉତରାୟ, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀ ଆଲୋକ କୁମାର ବନ୍ଧ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସୁପ୍ରଭା ପରିଡା ଯୋଗଦାନ କରିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ କୁମାରସେନ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରତି ବ୍ଲକରୁ ଉକ୍ତ ତିନୋଟି ବିଭାଗର ୩ ଜଣଲେଖାଏଁ କୃତ୍ତି ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ l ମୋଟ ୮୭ ଜଣ ପ୍ରତିଯୋଗୀ ଏବଂ ସେମାନଙ୍କର ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ପ୍ରବନ୍ଧ ପ୍ରତିଯୋଗିତାରେ ଉତଙ୍ଗରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରେୟଶ୍ରୀ ସାହୁ ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୋନାଲିସା ବେହେରା ଦ୍ୱିତୀୟ ଓ ରାମବାଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତିଭା ପ୍ରିୟଦର୍ଶିନୀ ନାୟକ ତୃତୀୟ, ବକ୍ତୃତାରେ ବ୍ରହ୍ମବରଦା ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଇଶ୍ରତ କୌଶର ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଦିବ୍ୟାଶା ପଣ୍ଡା ଦ୍ୱିତୀୟ ଓ ବାଲିଗଡି ନରସିଂହପୁର ୟୁ ଜି ଏମ ଇ ବିଦ୍ୟାଳୟର ଛାତ୍ର ଶାଶ୍ୱତ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଛଞ୍ଚିଣା ବରଦା ୟୁ ଜି ସ୍କୁଲର ଛାତ୍ରୀ ଦେବଶ୍ରୀ ତ୍ରିପାଠୀ ପ୍ରଥମ, ଭଗବତୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଦିବ୍ୟଜିତ ସାହୁ ଦ୍ୱିତୀୟ ଓ ଯାଜପୁର ଜ଼ିଲ୍ଲା ସ୍କୁଲର ଛାତ୍ରୀ ସାଇ ତ୍ରିଶା ତୃତୀୟ ସ୍ଥାନ ଅଧିକାର କରିଥିଲେ l ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଓ ସମ୍ମାନିତ ଅତିଥି ରୂପେ ସମାଜସେବୀ ଶ୍ରୀ ମଣ୍ଟୁ ଦାସଙ୍କ ଗରିମାମୟ ଉପସ୍ଥିତି ସହ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ସମ୍ବନ୍ଧରେ ବହୁମୂଲ୍ୟ ବାର୍ତ୍ତା ପ୍ରଦାନ କରିଥିଲେ l ଶେଷରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି, ମାନପତ୍ର ଓ ଆର୍ଥିକ ପ୍ରୋତ୍ସାହନ ସ୍ୱରୂପ ଅର୍ଥରାଶି ପ୍ରଦାନ କରାଯାଇଥିଲା l ପ୍ରଥମ ବିଜେତା ମାନଙ୍କୁ ୩୦୦୦ ଟଙ୍କା ଦ୍ୱିତୀୟ ବିଜେତା ମାନଙ୍କୁ ୨୦୦୦ ଟଙ୍କା ଓ ତୃତୀୟ ବିଜେତା ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବାପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ନିରୀକ୍ଷକଙ୍କ ସଂଯୋଜନା ସହ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ, ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ଧଳ, ମାୟାଧର ବେହେରା, ମୋନାଲିସା ପଣ୍ଡା ଆଦି ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ସହଯୋଗ କରିଥିଲେ l
“ଶିଶୁ ଶ୍ରମିକ ମୁକ୍ତ ଗ୍ରାମପଞ୍ଚାୟତ ଅଭିଯାନ” ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା -୨୦୨୬ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କର ଅପୂର୍ବ ସଫଳତା
|
November 14, 2026 |



