ସୁନ୍ଦରଗଡ ତା:୭/୧୧/୨୦୨୬(ସନ୍ଧାନ ନ୍ୟୁଜ) ସରକାର ଗ୍ରାମାଞ୍ଚଳର ବିକାଶ ଓ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଠିକାଦାରଙ୍କ ଅବହେଳା ଯୋଗୁଁ ଏହାର ସୁଫଳରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତୁମୁଲିଆ ଗ୍ରାମପଞ୍ଚାୟତର ପତେଇମୁଣ୍ଡା ଗ୍ରାମ ଟେଂଗେରା ତଳପଡ଼ାରୁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମରେ ସରକାରୀ ଯୋଜନାରେ ମୌଳିକ ସୁବିଧା ସମ୍ପର୍କିତ କାର୍ଯ୍ୟ ହେବାକୁ ଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ଯୋଗୁଁ ତାହା ଠିକ୍ ଭାବେ ସମ୍ପନ୍ନ ହେଉନାହିଁ। ଫଳରେ ଗ୍ରାମର ଲୋକେ ଆବଶ୍ୟକୀୟ ସୁବିଧା ପାଇବାରୁ ବଞ୍ଚିତ ହୋଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ମଧ୍ୟ ସ୍ବାସ୍ଥ୍ୟ ଅସୁବିଧା କାରଣରୁ ଖଟରେ ରୋଗୀ ବୁହା ହେଉଥିବା ଘଟଣା ଦେଖିବାକୁ ମିଳିଛି । ରାସ୍ତାର ଅବସ୍ଥା ଆଜି ମଧ୍ୟ ବର୍ଷା ସମୟରେ କାଦୁଅରେ ପରିପୂର୍ଣ୍ଣ ଥିବାବେଳେ ଏହି ରାସ୍ତାରେ ଛାତ୍ରଛାତ୍ରୀ ନିୟମିତ ପାଠ ପଢ଼ିବାକୁ ଯାଉଥିବା ଅଭିଯୋଗ ହୋଇ ଆସୁଛି । ବିଜୁଳି ସୁବିଧା ଆଜି ମଧ୍ୟ ଏହି ଅଂଚାଲରେ ହୋଇ ପାରିବନାହିଁ । ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏହି ଘଟଣାର ତଦନ୍ତ କରିବା ସହ ଠିକାଦାରଙ୍କ କାର୍ଯ୍ୟର ଯାଞ୍ଚ କରି ଅଧପନ୍ତରିଆ କାମକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଏବଂ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି।



