ଭଦ୍ରକ : ୫/୧୧/୨୬ (ସନ୍ଧାନ ନ୍ୟୁଜ) ଭଦ୍ରକର କାଳୀ ପୂଜା ସାରା ଭାରତ ରେ ତାର ସୁନାମ ବଜାଇ ରଖିବାରେ ସକ୍ଷମ ହୋଇଛି। ଏହାକୁ ଆହୁରି ଭବ୍ୟ କରିବା ପାଇଁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସଭା ରେ ନିଷ୍ପତ୍ତି ଗ୍ରହଣ କରା ଯାଇଛି। ଭଦ୍ରକ ର ଲୋକ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଶିତାଂଶୁ ଶେଖର ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମନୋଜ ରାଉତ, ଭଦ୍ରକ ବ୍ଲକ ବିଡ଼ିଓ, ତହସିଲଦାର, ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ କାଳୀ ପୂଜା କୁ କିପରି ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରାଯିବ ସେ ସଂପର୍କ ରେ ବିସ୍ତୃତ ଆଲୋଚନା ହୋଇ ଥିଲା। ଭକ୍ତ ମାନେ କିପରି ଶାନ୍ତି ଶୃଙ୍ଖଳା ର ସହିତ ମା କାଳୀ ଙ୍କ ଦର୍ଶନ କରିବେ ସେ ସଂପର୍କ ରେ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ସୂଚନା ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ ସନ୍ଧାନ।
ଭଦ୍ର କାଳୀ ଓ ଭଦ୍ରକ କାଳୀ ପୂଜା କୁ ଭବ୍ୟ କରିବା ପାଇଁ ନିବେଦନ କଲେ ବିଧାୟକ
|
November 5, 2026 |



