ସୁନ୍ଦରଗଡ ତା୧/୧୧/୨୦୨୬(ସନ୍ଧାନ ନ୍ୟୁଜ) ଆସନ୍ତା ୯ ତାରିଖ ସୋମବାର ଦିନ ସବଡେଗା ବ୍ଲକ କାର୍ଯ୍ୟାଳୟଠାରେ ହେବାକୁ ଥିବା ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଯୋଗଦେବା ଉଦ୍ଦେଶ୍ୟରେ ଯୁଗୀଯୁଗେନ ବନ୍ଧ ସଂଗ୍ରାମ ସମିତି ପକ୍ଷରୁ ସବଡେଗା ଅଘରିଆ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ସମିତି ପକ୍ଷରୁ କେଉଁ କେଉଁ ଦାବି ଓ ସମସ୍ୟା ଉପସ୍ଥାପନ କରାଯିବ, ସେନେଇ ଆଲୋଚନା କରାଯିବା ସହ ଅଧିକ ସଂଖ୍ୟାରେ ସଦସ୍ୟ ଓ ଅଞ୍ଚଳବାସୀଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଲୋଚନା କରିଥିଲେ।
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପାଇଁ ଯୁଗୀଯୁଗେନ ବନ୍ଧ ସଂଗ୍ରାମ ସମିତିର ପ୍ରସ୍ତୁତି ବୈଠକ
|
November 1, 2026 |



