ଭାଗବତ ଜନ୍ମ କଥା, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ।

Spread the love

ସୁନ୍ଦରଗଡ଼ ତା:୨୬-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଓଡ଼ିଆ ଭାଗବତ ହେଉଛି ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ। ୧୬ଶ ଶତାବ୍ଦୀରେ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ଅତିବଡ଼ୀ ଜଗନ୍ନାଥ ଦାସ ଏହାକୁ ସଂସ୍କୃତ ଶ୍ରୀମଦ୍‌ଭାଗବତରୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ଓଡ଼ିଶାର ପ୍ରତିଟି ଗାଁରେ ଥିବା ‘ଭାଗବତ ଟୁଙ୍ଗୀ’ରେ ଏହାକୁ ଗାନ କରାଜାଇଥାଏ । ଆଜି ଭାଦ୍ରବ ପୁର୍ଣିମା ତଥା ଭାଗବତ ଜନ୍ମ l ପୌରାଣିକ କଥା ଅନୁସାରେ ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ ତାହା ହେଉଛି “ଶ୍ରୀମଦ ଭାଗବତ “l ବ୍ୟାଖ୍ୟାକାରମାନଙ୍କ କଥନରେ ଏବଂ ଲୋକ ପରମ୍ପରାରେ ପ୍ରଚଳିତ ଅଛି, ଯେ ରାଜା ପରୀକ୍ଷିତ ଙ୍କୁ ଶୁକମୁନି ଭଦ୍ରବ ଶୁକ୍ଳ ନବମୀ ଦିନ ଭଗବାନଙ୍କର ସେହି ଅମୃତ ଆଖ୍ୟାନ ଶୁଣାଇବା ଆରମ୍ଭ କରିଥିଲେ ଏବଂ ତାହା ଭାଦ୍ରବ ପୁର୍ଣିମା ଦିନ ସମ୍ପୂର୍ଣ୍ଣ ହୋଇଥିଲା l ସେଥିପାଇଁ ଭାଦ୍ରବ ପୁର୍ଣିମା ଦିନ କୁ ଭାଗବତ ଜନ୍ମ ର ପୁଣ୍ୟ ତିଥି ରୂପେ ପାଳିତ ହୋଇ ଆସୁଛି l ଶ୍ରୀମଦ ଭାଗବତ ଭଗବାନ ଙ୍କ ମୁଖ ନିସୃତବାଣୀ ଭାବରେ ସର୍ବଜନ ସ୍ୱୀକୃତ l ଭାଗବତ ପାଠ କଲେ ସମସ୍ତ ପାପ ତାପ ଦୂର ହୋଇଥାଏ l ଭାଗବତ ରେ ଭଗବାନ ଙ୍କ ଲୀଳା, ରୂପ, ଧାମ ଓ ମହାତ୍ମ୍ୟ ଆଦି ର ବର୍ଣନା ରହିଛି l

Related Posts

About The Author

Add Comment