ସୁନ୍ଦରଗଡ ତା:୨୦/୯/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ମୁଣ୍ଡା ଗାଁ ଅଞ୍ଚଳ ରୁ ମିଳିଛି ଏକ ଚାଞ୍ଚଲ୍ୟ ଖବର। ଗତ ୧୪ ତାରିଖ ରୁ ଜଣେ ବୃଦ୍ଧା ନିଖୋଜ ରହିଥିଲେ ।ନିଖୋଜ ବ୍ୟକ୍ତି ଜଣକ ରଙ୍ଗ ମେହେର(୭୦) ବୋଲି ଜଣା ପଡ଼ିଛି । ମୃତକଙ୍କ ଶବ ରୁ ଗନ୍ଧ ବାହାରିବା ପରେ ଘଟଣା ପ୍ରଘଟ ହୋଇଥିବା ଜଣାପଡ଼ିଛି । ମୁଣ୍ଡା ଗାଁ ପୋଖରୀ ରୁ ଗନ୍ଧ ବାହାରିବା ପରେ ପୋଲିସ ଶବ ଉଦ୍ଧାର କରିଥିବା ବେଳେ ସେ ଟିପେରସିଂଘା ଗ୍ରାମର ବୋଲି ପୋଲିସ ତଦନ୍ତରେ ଜଣାପଡିଛି । ନିଖୋଜ କୁ ନେଇ ଥାନାରେ ଲିଖିତ ଅଭିଯୋଗ ନ ଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରୁଥିବା ଜଣାପଡିଛି । ଗାଁ ଲୋକେ ଵିଲରେ କାମ ପାଇଁ ଯାଉଥିବା ବେଳେ ଦୁର୍ଗନ୍ଧ ପାଇ ପୋଲିସ କୁ ସୁଚନା ଦେଇଥିଲେ । ପୋଲିସ ଶବକୁ ଜଣକ କରି ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଅତିଧିକ ତଦନ୍ତ କରୁଥିବା ଜଣାପଡିଛି ।
ପାଞ୍ଚ ଦିନ ପରେ ମୃତକ ବୃଦ୍ଧଙ୍କ ଗଲିତ ଶବ ଉଦ୍ଧାର
|
September 20, 2026 |



