ଝାରସୁଗୁଡ଼ାର ପଞ୍ଚପଡା ଗ୍ରାମ ସ୍ଥିତ (ଶିବ ଉପବନ) ବ୍ରହ୍ମାକୁମାରୀ ଆଶ୍ରମରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ

Spread the love

ଝାରସୁଗୁଡ଼ା ତା:୨୮/୮/୨୦୨୬(ସନ୍ଧାନ ନ୍ୟୁଜ) ଝାରସୁଗୁଡ଼ାର ପଞ୍ଚପଡା ଗ୍ରାମ ସ୍ଥିତ (ଶିବ ଉପବନ) ବ୍ରହ୍ମାକୁମାରୀ ଆଶ୍ରମରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ । ବ୍ରହ୍ମାକୁମାରୀ ଭଉଣୀମାନେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ରକ୍ଷାସୂତ୍ର (ରାଖୀ) ବାନ୍ଧିବା ସହ ଜୀବନରେ ପବିତ୍ରତା, ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ସଂକଳ୍ପ କରାଇଥିଲେ । ରକ୍ଷାବନ୍ଧନ କେବଳ ଭାଇ-ଭଉଣୀର ସମ୍ପର୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଆତ୍ମାର ପରମାତ୍ମାଙ୍କ ସହ ଏକ ଦିବ୍ୟ ସମ୍ପର୍କ ଓ ଆଧ୍ୟାତ୍ମିକ ସୁରକ୍ଷାର ପ୍ରତୀକ ବୋଲି ବାର୍ତ୍ତା ଦିଆଯାଇଥିଲା । ଉତ୍ସବ ଅବସରରେ ବିଶ୍ୱ ଶାନ୍ତି ଓ କଲ୍ୟାଣ ପାଇଁ ସମୂହ ରାଜଯୋଗ ମେଡିଟେସନ ବା ଧ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସମସ୍ତଙ୍କୁ ଆଧ୍ୟାତ୍ମିକ ଆଶୀର୍ବାଦ କାର୍ଡ ଓ ପ୍ରସାଦ ବଣ୍ଟନ କରାଯାଇଥିଲା ।ଏଥି ୪୦୦ ରୁ ଉର୍ଦ୍ଧ ଭାଇ ଭଉଣୀ ଉପସ୍ଥିତ ଥିଲେ, ଆଶ୍ରମ ର ମୁଖ୍ୟ ସଞ୍ଚାଳିକା ବିକେ ଅଶ୍ବିନୀ ଦିଦି ଏବଂ ରଶ୍ମି ଦିଦି,ରିନା ଦିଦି ,ଅମୃତ ଭାଇ,ଏବଂ ନାରାୟଣ ଭାଇ ପ୍ରମୁଖ ଉପସ୍ଥିତ ଥିଲେ, ଏହା ପରେ ମଧ୍ଯ ଓମପି ସ୍ଥିତ(OSAP) ବାରାଲିୟନ ପଡିଆରେ ୧୦୦୦ ରୁ ଉର୍ଦ୍ଧ ଭାଇ ମାନଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା

Related Posts

About The Author

Add Comment