ବରଗଡ ୧୪/୮/୨୬ (ସନ୍ଧାନ ନ୍ୟୁଜ) ପଦ୍ମପୁର ନିକଟସ୍ଥ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ,ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ର ୪ ର୍ଥ ସ୍କାଉଟ୍ ଗାଇଡ୍ ର ଦୀକ୍ଷାନ୍ତ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଅତିଥି ଭାବେ ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ସେବା ନିବୃତ ପ୍ରଧ୍ୟାପକ, ଅଧ୍ୟକ୍ଷ ତଥା ବିଶିଷ୍ଟ ନାଟ୍ୟକାର, ପଦ୍ମପୁର ଓ ସେବା ନିବୃତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନୀଲ କୁମାର କାଳିଆ, ପାଇକମାଳ ଯୋଗଦେଇ ସ୍କାଉଟ୍ ଗାଇଡ୍ ମାନଙ୍କୁ ଏହାର ତାତ୍ପର୍ଯ୍ୟ ଓ ଆଦର୍ଶ ସ୍ବାଉଟ୍ ,ଗାଇଡ୍ ହୋଇ ନିଜକୁ ଗଢ଼ିବା ସହ ଦେଶସେବା ରେ ବ୍ରତୀ ହେବାକୁ ବାଳ ସୁଲଭ ବୟସର ସୁବିନିଯୋଗ କରିବାକୁ ଆହ୍ବାନ ଦେଲେ।ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍କାଉଟ୍ ମାଷ୍ଟର ବିଶ୍ବନାଥ ସାହୁ, ସୁଦର୍ଶନ ମହାକୁର, ଅକ୍ଷୟ କୁମାର ସାହୁ,ତ୍ରିଲୋକେଶ ବରିହା ଓ ଗାଇଡ୍ କ୍ୟାପଟେନ୍ ନମିତା ସାହୁ,ସୋନାଲିକା ଶବର।ସ୍କାଉଟ୍ ପତାକା ଉତ୍ତୋଳନ ପରେ ସ୍କାଉଟ ଗୀତ ଗାନ କରାଯାଇଥିଲା। ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପଟେନ୍ ମାନେ ଗାଇଡ୍ ମାନଙ୍କୁ ଦୀକ୍ଷିତ କରିବା ସହ ସ୍କାଉଟ୍ ଲ ଅନୁସାରେ ଶପଥ ପାଠ କରାଇଥିଲେ। ପରିଚାଳନା କମିଟି ଅଧ୍ୟକ୍ଷ କଳ୍ପତରୁ ସାହୁ, ଉପାଧ୍ୟକ୍ଷା ଯଶୋବନ୍ତି ଅଗ୍ରୱାଲ, ଶିକ୍ଷା ସେତୁ ସଭାପତି ମକରଧ୍ବଜ ବଗାର, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ପାଣିଗ୍ରାହୀ,ସଭ୍ୟା ସୁନିତା ତାଣ୍ଡି,ରମେଶ ଗୁର୍ଲାଙ୍କ ସମେତ ପିତାମାତାମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯଥା କିଶୋର କୁମ୍ଭାର, କ୍ଷୀରୋଦ୍ରନାଥ ସାହୁ,ପୁରନ୍ଦର ଭୋଇ, ଦୀପକ୍ ସିଂ ବରିହା, ରାହୁଲ କୁମାର ବିଶ୍ବାଳ,ବିକାଶ ସାହୁ, ପ୍ରମୋଦ କଲେତ୍, ତୁଷାର ରଞ୍ଜନ ପାଣିଗ୍ରାହୀ,କସ୍ତୁଭମ୍ ମିଶ୍ର ଓ ଭାନୁମତି କଲିହାରୀ, ପୂଜା ସାହୁ, ମନୀଷା ବେଶ୍ରା, ଅଞ୍ଜଳି ବେହେରା ସମେତ ପୂରନ୍ ବାଗ କାର୍ଯ୍ୟକ୍ରମ କୁ ସଫଳତାର ହାତ ବଢ଼େଇ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ କ୍ଷୀରୋଦ୍ର ନାଥ ସାହୁ। ଅପରାହ୍ନ ୪ଟାରେ ପତାକା ଅବତରଣ କରାଯାଇଥିଲା।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଲିଶଙ୍କରା ବ୍ଲକ ତିଲେଇକାନି ପଞ୍ଚାୟତ ଶିକାଯୋର ଅଞ୍ଚଳରେ ବର୍ଷକ ଭିତରେ ୫୦ ପରିବାରରୁ ଗୋରୁ ଚୋରି
- ତଳସରା ପଞ୍ଚାୟତରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଅତିଥି ଅଧ୍ୟାପକଙ୍କ ମାର୍ଚ୍ଚ-ଏପ୍ରିଲ ପାରିଶ୍ରମିକ ଏଯାଏଁ ବକେୟା: ଉଚ୍ଚଶିକ୍ଷା ବିଭାଗର ସ୍ପଷ୍ଟୀକରଣ ଦାବି
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଲୋକଙ୍କ ସରକାର ବୋଲାଉଥିବା ମୁଖ୍ୟମନ୍ତ୍ରୀ, ସାଧାରଣ ଜନତାଙ୍କ ପାଇଁ ସମୟ ନାହିଁ
- ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
- ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୫୯. ୭୦ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
- ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
- ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ



