ଏଡିଏମ୍ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଗଲା

Spread the love

ଯାଜପୁର, :୧୨/୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲାର କେନ୍ଦ୍ରୀୟ ଶ୍ରମିକ ସଂଙ୍ଗଠନର ମିଳିତ ମଞ୍ଚ ୨୦ ଦଫା ଦାବି ନେଇ ଯାଜପୁର ଜିଲ୍ଲା ସାଖା ପକ୍ଷରୁ କଳିଙ୍ଗ ନଗର ଏଡିଏମ୍ ଙ୍କ କାର୍ଯ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ କରିଥିବା ଜଣାଯାଇଛି ଯାଜପୁର ରେଳ ଷ୍ଟେସନରୁ ବିକ୍ଷୋଭକାରୀ ମାନେ ବାହାରି ବିରାଟ ଶୋଭାଯାତ୍ରାରେ ଶ୍ରମିକ ସ୍ଵାର୍ଥ ବିରୋଧି ଶ୍ରମ କାର୍ଡ଼ ବାତିଲ କରିବା କୃଷି ଜାତୀୟ ଦ୍ରବ୍ୟର ଏସପିକୁ ଆଇନ୍‌ ଶିଦ୍ଧ କରିବା ବେକାର ଯୁବକ ଯୁବତୀଙ୍କୁ ସ୍ଥାଇ ନିଯୁକ୍ତି ଦେବା ସହିତ ବିରାଟ ଶୋଭାଯାତ୍ରାରେ ଗୋପବନ୍ଧୁ ଛକରେ ପହଞ୍ଚି ଥିଲେ । ସିଆଇଟିୟୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ କରାଯାଇଥିବା ବେଳେ ଏଆଇଏସୟୁଟିର ଜିଲ୍ଲା ସଂପାଦକ କୁରାଣକର ମହାରଣା ପ୍ରମୁଖ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ଦୃତନିନ୍ଦା କରିବା ସହିତ କଳିଙ୍ଗ ନଗର ଶିଳ୍ପାଞ୍ଚଳର ନେତା ରାଜକିଶୋର ମହାନ୍ତି,ଏଆଇ କେକେ ମେସେ ଜିଲ୍ଲା ସଂମ୍ପାଦକ ଥରୁତି ପ୍ରଧାନ ଚାଷି ନେତା ନାରାୟଣ ପରିଡା ଶ୍ରମିକ ନେତା କାର୍ତ୍ତିକ ହାଲଦାର, ସିଆଇଟିୟୁ ଗଣେଶ ସାହୁ,ସୁରେଷ ସାହୁ,ରଶ୍ମିରେଖା ନାୟକ,ନିକିତା କିମୁ, ଆଲୋକ ମହାନ୍ତି,ଗଗନ ଜେନା, ପଦନ ଜେନା ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କର ବକ୍ତବ୍ୟ ରଖିଥିଲେ । କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲା ସପନ ନନ୍ଦ ଭେଟି ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସଂଘ ତରଫରୁ ପ୍ରଦାନ କରାଯାଇଥିଲା । ତୁରନ୍ତ ସରକାର ଶ୍ରମିକ ମାନଙ୍କ ଦାବିକୁ ମାନିନେବା ସହିତ ଶ୍ରମିକ ମାନଙ୍କୁ ସ୍ଥାଇ ନିଯୁକ୍ତି ଦେବା ଲାଗି ଶ୍ରୀ ଆଇଟିୟୁର ଶ୍ରମିକ ସଂଙ୍ଗଠନର ଉଚ୍ଚପଦାଧିକାରୀ ସଭାପତି ସମ୍ପାଦକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ ।

Related Posts

About The Author

Add Comment