ସୁନ୍ଦରଗଡ ତା:୧୧/୮/୨୦୨୬(ସନ୍ଧାନ ନ୍ୟୁଜ) ବାଲିଶଙ୍କରା ବ୍ଲକରେ ଅନେକ ସମୟ ଧରି ଲଗାଣ ବର୍ଷା ଲାଗି ରହିଛି । ବର୍ଷା କୁ ନେଇ ଲୋକଙ୍କ ଘର ଧଶିବା କଥା ସାମ୍ନା କୁ ଆସିଛି ।ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ସଉନାମରା ପଞ୍ଚାୟତ ଟାଙ୍ଗର ବାହାଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।ଗୋଟିଏ ପରିବାରର ସମ୍ପୂର୍ଣ ଘର ଲଗାଣ ବର୍ଷାରେ ଧସି ଯାଇଛି । ସମ୍ପୂର୍ଣ ପରିବାର ତାଙ୍କ ଅଧୋପନ୍ତରିଆ ଘରେ ଆଶ୍ରୟ ନେଇଥିବା ସୂଚନା ରହିଛି ।ଟାଙ୍ଗର ବାହାଲ ଗ୍ରାମର ସାବିତ୍ରୀ ପ୍ରଧାନ ଙ୍କ ଘର ସମ୍ପୂର୍ଣ ଧସିଥିବା ବେଳେ ସେ ପ୍ରଶାସନଙ୍କୁ। ଏ ବିଷୟରେ ଅବଗତ କରିଥିବା କହିଥିଲେ ମାତ୍ର,କିଛି ସୁଫଳ ମିଳି ନ ଥିଲା । ବିଗତ ସମୟରେ ତାଙ୍କ ନାଁ ରେ ଘର ଆସିଥିଲେ ମଧ୍ୟ ତାଙ୍କୁ ଦିଆ ନ ଯାଇ ଅନ୍ୟ ଙ୍କୁ। ଦେଇଥିବା ସେ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ସ୍ୱାର୍ଥପରତା ପାଇଁ ଗରିବ ପରିବାର ବାସହରା ହେଉଥିବା ବେଳେ ଏମିତି ଅନେକ ପରିବାର ଅଛନ୍ତି ଏସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଜରୁରୀ କାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଲଗାଣ ବର୍ଷାରେ ଧସିଲା,ଅଧୋପନ୍ତରିଆ ଘରେ ନେଲେ ଆଶ୍ରୟ
|
August 11, 2026 |



