କୋରାପୁଟ ନିର୍ବାଚନ ମଣ୍ଡଳୀ: ଜୋର ଧରିଲା ପ୍ରଚାର

Spread the love
  • 14
  •  
  •  
  •  
  •  
    14
    Shares

ବୈପାରିଗୁଡା,୬/୪ (ସନ୍ଧାନ ନିୟୁଜ) – ଜୋର ଧରିଲା ହାଟ ପ୍ରଚାର । ବୈପାରିଗୁଡା ସାପ୍ତାହିକ ହାଟରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ର ପ୍ରଚାର ଜୋର ଧରିଥିବା ଦେଖିବାକୁ ମିଳିଛି । କୋରାପୁଟ ନିର୍ବାଚନ ମଣ୍ଡଳୀ ରେ ଏଥର ତ୍ରିମୁଖୀ ଲଢେ଼ଇ ହେବାକୁ ଯାଉଛି ।ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସର ରେ ଚାଲିଛି ।ଦଳୀୟ ନେତା ଓ କର୍ମୀମାନେ ନିଜ ନିଜ ଢଙ୍ଗରେ ଭୋଟ ଭିକ୍ଷା କରୁଛନ୍ତି ।ପ୍ରଚାର ଏବେ ମଧ୍ୟମ ସାଜିଛି ସାପ୍ତାହିକ ହାଟ ।ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକ ର ହାଟ ଗୁଡ଼ିକ ଏଥିରୁ ବାଦ ପଡ଼ିନାହିଁ ।ଅଳ୍ପ ଖର୍ଚ୍ଚ ଓ ସହଜରେ ପ୍ରଚାର ହେଇଯାଉଛି ।ହାଟ ଗୁଡିକୁ ଉପାନ୍ତ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ଏହାର ଫାଇଦା ଉଠାଉଛନ୍ତି ନେତା ଓ କର୍ମୀମାନେ ।ଗାଁ ଗାଁ ବୁଲି ଭୋଟ ମାଗିବାକୁ ସମୟ ନ ଥିବା ବେଳେ ସାପ୍ତାହିକ ହାଟକୁ ଟାର୍ଗେଟ କରାଯାଉଛି ।ଏମିତି କି କେଉଁ ଦଳ ରୋଡ଼ ସୋ କରୁଛି ତୋ କେଉଁ ଦଳ ବାଇକ ସଭାଯାତ୍ରା କରୁଛି ଏବଂ କେଉଁ ଦଳ ପାଦ ଚଲା ରାଲି ମଧ୍ୟ କରୁଛି ।ତିନି ପ୍ରମୁଖ ଦଳକୁ ବାଦ ଦେଲା ପରେ ମଧ୍ୟ ଏସ ୟୁ ସି ଆଇ ଏବଂ ବହୁଜନ ସମାଜ ବାଦୀ ପାର୍ଟି ମଧ୍ୟ ପ୍ରଚାରରେ କମ ନୁହନ୍ତି ।

ରିପୋର୍ଟ – ସରୋଜ କୁମାର ଲେଙ୍କା

  • 14
    Shares

Related Posts

About The Author

Add Comment