ସୁନ୍ଦରଗଡ଼ ତା:୦୭-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ତଲସରା ଥାନା ଅନ୍ତର୍ଗତ ଅମ୍ଳୀଜୋର ଗ୍ରାମ ଠାରେ ଘଟିଛି ଏକ ଦୁଃଖଦ ଘଟଣା l ନିଜ ବିଲ ରେ ଚାଷ କରୁଥିବା ସମୟରେ ଅପରାହ୍ନ ୪ଟା ସମୟରେ ବର୍ଷା ଲାଗି ରହିଥିବା ହୋଇଥିଲା ବଜ୍ରାଘାତ, ଟଳି ପଡିଲେ ଚାଷୀ l ସୂଚନା ଅନୁସାରେ ମୃତକ ଚାଷୀ ଜଣକ ହେଲେ ପଙ୍କଜ କାଲୋ (୨୬) ଶାଗ ବାହାଲ ପଞ୍ଚାୟତ ଅମ୍ଳୀଜୋର ଗ୍ରାମର ବୋଲି ଜଣାପଡ଼ିଛି । l ତାଙ୍କୁ ପରିବାର ଲୋକେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି l ତଲସରା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଆସନ୍ତା କାଲି ଶନିବାର ଶବ ବ୍ୟବଛେଦ କରାଯିବ ବୋଲି ସୂତ୍ରରୁ ଜଣା ପଡ଼ିଛି ।
ବିଲ କୁ ଯାଇଥିବା ବେଳେ ବଜ୍ରାଘାତରେ ଯୁବ ଚାଷୀ ର ମୃତ
|
August 7, 2026 |



