ସୁନ୍ଦରଗଡ ତା:୩/୮/୨୦୨୬(ସନ୍ଧାନ ନ୍ୟୁଜ) ଶ୍ରାବଣ ମାସର ପ୍ରଥମ ସୋମବାର ଏକ ଅତ୍ୟନ୍ତ ପବିତ୍ର ଦିନ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଶିବ ମନ୍ଦିରରେ କାଉଁରିଆ ବା ବୋଲବମ୍ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ବାଲିସଙ୍କରା ବ୍ଲକର ପ୍ରସିଦ୍ଧ ଶୁଖା ମହାଦେବ ମନ୍ଦିରରେ ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କାଉଁରିଆଙ୍କ ପ୍ରବଳ ଭିଡ଼। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ସୁନ୍ଦରଗଡ଼ ଜିଲ୍ଲାର ଏହି ପ୍ରସିଦ୍ଧ ଶୈବପୀଠରେ ପ୍ରଥମ ସୋମବାର ସକାଳୁ ହିଁ ହଜାର ହଜାର କାଉଁରିଆ ଓ ଭକ୍ତଙ୍କ ସମାଗମ ହୋଇଛି।କାଉଁରିଆମାନେ ବିଭିନ୍ନ ପବିତ୍ର ନଦୀରୁ କାନ୍ଧରେ ଜଳ ଭାର (ବାହୁଙ୍ଗି) ଧରି “ବୋଲବମ୍” ଧ୍ୱନି ଦେଇ ଚାଲି ଚାଲି ଆସନ୍ତି ଏବଂ ଶିବଲିଙ୍ଗରେ ଜଳ ଲାଗି କରନ୍ତି। ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଚଢ଼ାଇଲେ ମନସ୍କାମନା ପୂର୍ଣ୍ଣ ହୁଏ ଏବଂ ଜୀବନରେ ସୁଖ-ଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି। ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଭକ୍ତମାନଙ୍କ ସୁରକ୍ଷା ପାଇଁ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ।
ଶ୍ରାବଣ ମାସର ପ୍ରଥମ ସୋମବାର,ପ୍ରତ୍ୟେକ ଶୈବ ପିଠରେ ଭକ୍ତଙ୍କ ସମାଗମ
|
August 3, 2026 |



