ମାଲକାନଗିରି ପୋଲିସ ନିକଟରେ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

Spread the love

ମାଲକାନଗିରି ,୫/୧୨, (ସଂଧାନ ନିୟୁଜ) ମାଲକାନଗିରି ଜିଲ୍ଲା ପୋଲିସ କୁ ବଡ଼ ସଫଳତା । ମାଲକାନଗିରି ପୋଲିସ ନିକଟରେ ହାର୍ଡକୋର ମହିଳା ମାଓବାଦୀ ଙ୍କ ଆତ୍ମସମର୍ପଣ। ୨୦୧୪ ମସିହାରୁ ପଡ଼ିଆ ଦଲମ ରେ କାର୍ଯ୍ୟରତ ଥିଲେ। ଆତ୍ମସମର୍ପଣ କାରୀ ମାଓବାଦୀ ଙ୍କ ନାମ ଇଦେ ମାଡି ।ମାଓ ସଙ୍ଗଠନରେ ଅତିଷ୍ଠ ହୋଇ ଆଜି ମାଲକାନଗିରି ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ମାନସ୍ତ କରି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମରେ ରାଜ୍ୟ ସରକାରଙ୍କ ତରଫରୁ ୧ ଲକ୍ଷ ଟଙ୍କା ର ତାଙ୍କ ମୁଣ୍ଡରେ ପୁରସ୍କାର ରଖିଥିଲେ।କିନ୍ତି ପିଏଲଜି ସପ୍ତାହ ରେ ମାଓ ଗଡ଼ କୁ ବଡ଼ ଝଟକା ସହ ଇଦେ ଙ୍କ ଆତ୍ମସମର୍ପଣ ପୋଲିସ ପାଇଁ ବଡ଼ ସଫଳତା । ଇଦେ ଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନ ନିୟମ ଅନୁଯାଇ ଥଇଥାନ କରାଯିବ ବୋଲି ମାଲକାନଗିରି ଏସ୍ପି ଜଗମୋହନ ମିନା ଗଣମାଧ୍ୟମ ଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ।

ରିପୋର୍ଟ – ସରୋଜ କୁମାର ଲେଙ୍କା

Related Posts

About The Author

Add Comment