ସୁନ୍ଦରଗଡ ତା:୨୭/୭/୨୦୨୭(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଗୋପାଳପୁର ମୁଖ୍ୟ ରାସ୍ତା ଅଞ୍ଚଳ ଲୋକଙ୍କ ପାଇଁ ସାଜିଛି କାଳ । ପ୍ରଶାସନ ସହିତ ବସୁନ୍ଧରା ଏମସିଏଲ କର୍ତୃପକ୍ଷଙ୍କ ମଧୁ ଚନ୍ଦ୍ରିକାରେ ରୀତିମତ ଭାବରେ ଜୀବନ ଯାଉଥିବା ଅଞ୍ଚଳ ଆଦିବାସୀ ନେତା ରାଜେନ୍ଦ୍ର ନାଏକ ନିଜ ମତ ରଖିଥିବା ସୂଚନା ରହିଛି । ନିତିଦିନ ଗୋପାଳପୁର ସହିତ ଟପରିଆ ରାସ୍ତାରେ କୋଇଲା ବୋଝେଇ ଟ୍ରକ୍ ଜାମ୍ ରହିଥିବା କାରଣରୁ ସ୍କୁଲ ବସ ସହିତ ଆମ୍ବୁଲାନ୍ସ ଗାଡ଼ି ଓ ଚଳାଚଳ କରୁଥିବା ଗାଡ଼ି ଘଣ୍ଟା ଘଣ୍ଟା ଧରି ଛିଡ଼ା ରହୁଥିବା ଅଞ୍ଚଳବାସୀ ସୂତ୍ରରୁ ଜଣାପଡିଛି । ବିଗତ ସମୟରେ ରାଜ୍ୟ ସରକାର ରାଜସ୍ୱ ମନ୍ତ୍ରୀ ସକାଳ ୬ଟା ସମୟରୁ ରାତ୍ରି ୧୦ ଟା ପର୍ଯ୍ୟନ୍ତ କୋଇଲା ପରିବହନ ବନ୍ଦ ରହିବ ବୋଲି ମନ୍ତବ୍ୟ ଦେବା ପରେ ମଧ୍ୟ ତାହା ଦିନ ତମାମ ଲାଗିରହିଛି । ବିଗତ ଅନେକ ସମୟରୁ କୋଇଲା ପରିବହନ କୁ ନେଇ ଏକ ଅନ୍ୟ ରାସ୍ତାର ପ୍ରସ୍ତାବ ଥିବାବେଳେ ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହେବା ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା କୁ ଦର୍ଷାଉ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ରାସ୍ତାରେ ଘଣ୍ଟା ଘଣ୍ଟା ଧରି ସ୍କୁଲ ବସ ସହିତ ଆମ୍ବୁଲାନ୍ସ ଛିଡ଼ା ହୋଇ ରହିବା ଅଞ୍ଚଳବାସୀଙ୍କ ପାଇଁ ଏକ ଅଭିଶାପ ମାତ୍ର । ଲୋକଙ୍କ ରାସ୍ତାରେ କମ୍ପାନୀ ଜୋର୍ ଜବରଦସ୍ତି କୋଇଲା ପରିବହନ କରୁଥିବା ବାରମ୍ବାର ଅଭିଯୋଗ ଆସୁଛି । ପ୍ରଶାସନ କୋଇଲା ପରିବହନ ପାଇଁ ଅଲଗା ରାସ୍ତା ତିଆରିରେ ଫେଳ ମାରିଥିବା ବେଳେ ପ୍ରତ୍ୟେକ ସପ୍ତାହରେ ଜଣେ ନିରୀହ ଲୋକଙ୍କ ଜୀବନ ଯାଉଥିବା ଅଞ୍ଚଳବାସୀ ସୂତ୍ରରୁ ସୂଚନା ରହିଛି । କେବିନେଟ ରେ ରାସ୍ତା ପାଇଁ ବିଲ୍ କାର୍ଯ୍ୟକାରୀ ହେଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରଶାସନର ଅପାରଗତାକୁ ଦର୍ଶାଉଛି ।ଦୁଃଖର ବିଷୟ ଲୋକଙ୍କ ଟିକସ ପଇସାରେ ରାସ୍ତା ତିଆରି ହୋଇ କୋଇଲା ପରିବହନ ହେଉଥିବା ବେଳେ ଏମସିଏଲ ଏଥିରେ ମାଲେମାଲ । ଏହାକୁ ଅଞ୍ଚଳ ଆଦିବାସୀ ନେତା ରାଜେନ୍ଦ୍ର ନାଏକ ନିନ୍ଦା କରିବା ସହିତ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଥିବା ସୂଚନା ରହିଛି ।
ଗୋପାଳପୁର ଏମସିଏଲ ରାସ୍ତା ଲୋକଙ୍କ ପାଇଁ ଅଭିଶାପ,ରୀତିମତ ଯାଉଛି ଅଞ୍ଚଳ ଲୋକଙ୍କ ଜୀବନ
|
July 27, 2026 |



