ସୁନ୍ଦରଗଡ଼ ତା:୨୫-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଉଲଡେଗା ଗ୍ରାମ ଠାରେ ପବିତ୍ର ବାହୁଡ଼ାଯାତ୍ରା ତଥା ଜଗନ୍ନାଥ ମନ୍ଦିର ଉପଲକ୍ଷେ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଲେ ଓଡିଶା ବିଧାନସଭା ର ଉପବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀ ଯୁକ୍ତ ଭବାନୀ ଶଙ୍କର ଭୋଇ l ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଶ୍ରୀ ରବିଚନ୍ଦ୍ର ପଟେଲ, ତଲସରା ସରପଞ୍ଚ ଶ୍ରୀ ତ୍ରିଲୋଚନ ପ୍ରଧାନ, ବନମାଳୀ ବାରସତୀଆ, କେଶବ ରଣା, ବିଶ୍ୱହିନ୍ଦୁ ପରିଷଦ ପଶ୍ଚିମାଞ୍ଚଲ ପ୍ରଚାରକ ଅଧିକାରୀ ଶ୍ରୀ ସନାତନ ପଟେଲ ସହିତ ତଲସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ତିନିଦିନ ହୋଇଥିବା ବେଳେ ରାଉଲଡେଗା ଗ୍ରାମରେ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନାମ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥିଲା । ତା ସହିତ ସମସ୍ତ କାର୍ଯ୍ୟକର୍ତ୍ତା ତଥା ଗ୍ରାମବାସି ମାନଙ୍କ ଉପସ୍ଥିତିରେ ଆଗାମୀ ଦିନରେ ଅଞ୍ଚଳ ର ଉନ୍ନତିକରଣ କାର୍ଯ୍ୟକ୍ରମ ବିଷୟରେ ତଳସରା ବିଧାୟକ ଲୋକଙ୍କୁ ଅବଗତ କରାଇଥିଲେ ।
ରାଉଲଡେଗା ଗ୍ରାମ ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଯୋଗ ଦେଲେ ଓଡିଶା ବିଧାନସଭା ଉପବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ
|
July 25, 2026 |



