ସୁନ୍ଦରଗଡ ତା:୨୦/୭/୨୦୨୬(ସନ୍ଧାନ ନ୍ୟୁଜ) ଭସ୍ହ୍ମା ପୋଲିସ ଦ୍ୱାରା ଦର୍ଲିପାଳିରେ ଅବକାରୀ ଚଢାଉ ସମୟରେ ବଡ ସଫଳତା ମିଳିଛି । ମଦ ବେପାରୀଙ୍କ ଉପରେ ଭାସ୍ହ୍ମା ପୋଲିସ ତିଖଣ ନଜର ରଖିଥିବା ବେଳେ ଦର୍ଲିପାଳୀ ଅଞ୍ଚଳରେ ମଦ,ମଦୁଆ ଓ ବେଆଇନ ମଦ ଚାଲାଣ କୁ ନେଇ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି । ଅଭିଯୁକ୍ତ ଜଣକ ଦର୍ଲିପାଲି ତଳପଡ଼ା ର ସମୀର କୁମାର ପଟେଲ(୩୯) ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅଭିଯୁକ୍ତ ଙ୍କ ନିକଟରୁ ୨୨ ବୋତଲ ବିଅର,୫୦ପ୍ୟାକେଟ ଓଏସ ଲିକର ମଦ ଯାହାର ପରିମାଣ ୧୦ ଲିଟର ହୋଇଥିବାବେଳେ ବିଦେଶୀ ମଦର ପରିମାଣ ୧୯.୫ ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଅବକାରୀ ଆକଟ ଅନୁସାରେ ଦଫା ୫୨ ଏ ଆଇ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
ଦର୍ଲିପାଲିରେ ଭସ୍ହ୍ମା ପୋଲିସର ଚଢ଼ାଉ, ବିଦେଶୀ ମଦ ଓ ଦେଶୀ ମଦ ସହ ଜଣେ ଗିରଫ
|
July 20, 2026 |



