ଚଣ୍ଡିଖୋଲ, ୨/୧୨ (ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲ୍ାର ବଡ଼ଚଣା ବ୍ଳକ ଖଏରା ଷୋଳ ପୁଅ ମା ଖେଳ ପଡ଼ିଆଠାରେ ରାଜବୀ ମେମୋରିଆଲ୍ ୟୁଥ୍ କ୍ଲବ୍ ପକ୍ଷରୁ ରବିବାର ଦିନ ସର୍ବଭାରତୀୟ ମନୋରଞ୍ଜନ ବବୁଲ ସ୍ମାରକୀ ପିପିଏଲ ଜୟକିଶାନ ନବରତ୍ନା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ମ୍ୟାଚ୍ରେ ଢେଙ୍କାନାଳର ପପୁଲାର କ୍ଲବକୁ ୧/୦ ଗୋଲ୍ରେ ପରାସ୍ତ କରି କଟକର ଆକା କ୍ଳବ୍ ବିଜୟୀ ହୋଇଛି । ରାଜୀବ ମେମୋରିଆଲ ୟୁଥ କ୍ଲବର ଅଧ୍ୟକ୍ଷ ଦିଲିପ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଏଥିରେ ଅତିଥି ଭାବେ ବଡ଼ଚଣା ଥାନାଅଧିକାରୀ ଶରତ ଚନ୍ଦ୍ର ପାତ୍ର, ନ୍ୟୁଜ ଫ୍ୟୁଜର ଉପସ୍ଥାପକ ଦଣ୍ଡପାଣୀ, ଯାଜପୁର ଜିଲ୍ା କିନ୍ନର ସଂଘ ସଂପାଦକ କାଜଲ ସାହୁ, ସିରିଏଲ ତାରକା ଜଗତି ଗୁରୁ ମହାପାତ୍ର(ସୋମୁ), ବବିତା ପରିଡ଼ା, ଅଧ୍ୟାପକ ପବିତ୍ର କୁମାର ମାହାଲା , ସମାଜସେବୀ ଦିପକ ମିଶ୍ର ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । କଟକ ଆକା ଟିମ୍ ପକ୍ଷରୁ ଗୋଲ ଦେଇଥିବା ସୁନିଲ ଭୋଇଙ୍କୁ ମ୍ୟାନଅଫଦି ମ୍ୟାଚ୍ ପୁରଷ୍କାର ପ୍ରଦାନ କରାଯାଇଥିଲା । କ୍ଳବ୍ର ସଭପତି ରାଜକିଶୋର ଓଝା ବିବରଣୀ ପାଠ , ସଂପାଦକ ବିନୟ ପୃଷ୍ଠି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଖେଳକୁ ସୁଦିପ ଦାସ, ଅମିତ ନାୟକ, ସରୋଜ ମହାରଣା, ରିତାଲି ବରାଳ ପରିଚାଳନା କରିଥିବା ବେଳେ ପ୍ରବୋଧ ସାହୁ ଓ ତ୍ରିଲୋଚନ ମହାନ୍ତି ବିଚାରକ୍ ଭାବେ ନିୟୋଜିତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ଳବର କ୍ରୀଡ଼ା ସଂପାଦକ ଗଣେଶ୍ୱର ବରାଳ ,ମନ୍ମଥ ପୃଷ୍ଟି , ତପନ ପୃଷ୍ଟି, ଅମର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା କାଲିର ଖେଳ ମଙ୍ଗଳାକ୍ଲବ କଟକ ଓ ୟୁନାଇଟେଡ କ୍ଳବ ବାରଙ୍ଗ ମଧ୍ୟରେ ଅନୁଷ୍ଟିତ ହେବ ବୋଲି କ୍ଳବ ପକ୍ଷରୁ ଘୋଷଣା କରାଯାଇଛି ।
ସର୍ବ ଭାରତୀୟ ପି.ପି.ଏଲ ନବରତ୍ନା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ପ୍ରଥମ ମ୍ୟାଚ୍ରେ କଟକ ବିଜୟୀ
|
December 4, 2018 |