ଜିଲ୍ଲା ପରିବେଶ ସମିତିର  ବନ ମହୋତ୍ସବ ପାଳନ

Spread the love

ଯାଜପୁର,  :୬/୭/୨୬ (ସନ୍ଧାନ ନ୍ୟୁଜ )  ବିଂଝାରପୁର ତା୦୩.୦୭.୨୦୨୬ ରିଖରେ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, କପିଳା, ଯାଜପୁରଠlରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ ମୁଖ୍ୟ ଅତିଥି, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର  ମଲ୍ଲିକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଉକ୍ତ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ ଦ୍ୱାରା ଉଦ୍ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ କହିଲେ ଆମେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ସତର୍କ ନହେଲେ ଖୁବ ନିକଟରେ ଏ ଜୀବ ଜଗତ ଧ୍ବଂସ ପାଇଯିବ l କେବଳ ବ୍ୟାପକ ଵୃକ୍ଷ ରୋପଣ, ତାହାର ରକ୍ଷଣବେକ୍ଷଣ, ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ସଂରକ୍ଷଣ ଦ୍ୱାରା ପରିବେଶ ସୁରକ୍ଷା ହୋଇ ପାରିବ ଓ ଜୀବ ଜଗତ  ତିଷ୍ଠି ରହିପାରିବ  l ବିଂଝାରପୁର ବ୍ଲକର ବନ୍ୟଅଂଚଳ ଅଧିକାରିଣୀ ସାବିତ୍ରୀ ଦାସ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ବନମହୋତ୍ସବ ପାଳନର ତାତ୍ପର୍ଯ୍ୟତା ଓ ବ୍ୟାପକ ଵୃକ୍ଷ ରୋପଣ କରି ଓ ତାହାକୁ ସୁରକ୍ଷା ପ୍ରଦାନ କରି କିପରି ପରିବେଶ ସୁରକ୍ଷା କରାଯାଇ ପାରିବ ବର୍ଣ୍ଣନା କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କୁ ଛୁଟି ଦିନ ମାନଙ୍କରେ ଓ ପର୍ବ ପର୍ବାଣୀରେ ଵୃକ୍ଷ ରୋପଣ କରିବାକୁ ଉପଦେଶ ପ୍ରଦାନ କରିଥିଲେ l ଯାଜପୁର ଉଦ୍ୟାନ ବିଭାଗର ଅଧି ନିରୀକ୍ଷକ ଶ୍ରୀଯୁକ୍ତ ହରମୋହନ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଫଳ, ପୁଷ୍ପ ଵୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ସହିତ ଆତ୍ମ ନିଯୁକ୍ତି ଓ ଆର୍ଥିକ ଉନ୍ନତି କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ l ଅନ୍ୟ ତମ ସମ୍ମାନିତ ଅତିଥି ରିଜିଓନାଲ କଲେଜ, ରାମବାଗର ପୂର୍ବତନ ଅଧ୍ୟକ୍ଷ ଡଃ ଶାନ୍ତନୁ କୁମାର ନାୟକ ବୃକ୍ଷ ରୋପଣ କରି ଓ ତାହାକୁ ସୁରକ୍ଷା ଦେଇପାରିଲେ ପରିବେଶ ସୁରକ୍ଷା ସମ୍ଭବ ହୋଇପାରିବ ବୋଲି କହିଥିଲେ l ସମ୍ପାଦକ ଶରତ କୁମାର ସାହୁ ଉତ୍ସବ ପାଳନ ଓ ଆଲୋଚନା ଚକ୍ର ଆୟୋଜନର ଆବଶ୍ୟକତା ଉଦ୍ଦେଶ୍ୟ ସମ୍ବନ୍ଧରେ ମୂଳ ଓ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜଗନ୍ନାଥ ବେହେରା ସଭା ପରିଚାଳନା କରିଥିଲେ l  ଡଃ ନୃସିଂହ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଆୟୋଜିତ ପ୍ରବନ୍ଧ, ତର୍କ ଓ ଚିତ୍ରlଙ୍କନ ପ୍ରତିଯୋଗିତାର କୃତି ପ୍ରତଯୋଗୀ ମାନଙ୍କୁ ପ୍ରମାଣ ପତ୍ର, ପୁରସ୍କାର ଓ ଚାରା ଵୃକ୍ଷ ନିମନ୍ତ୍ରିତ ଅତିଥିମାନଙ୍କଦ୍ୱାରା ପ୍ରଦାନ କରାଯାଇଥିଲ l ନିମନ୍ତ୍ରିତ ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଵୃକ୍ଷ ରୋପଣ କରାଯାଇଥିଲl lଉକ୍ତ ବିଦ୍ୟାଳୟର ଇକୋ କ୍ଲଵ  ଛାତ୍ରୀମାନେ ଉଦ୍ଘାଟନୀ ସଂଗୀତ ଓ ପରିବେଶ ସଂଗୀତ ନୃତ୍ୟ ପରିବେଷଣ କରିଥିଲେ l ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଷ୍ଣୁ ଚରଣ  ସାହୁ,ଧନ୍ୟବାଦ ଅର୍ପଣ କରିଥିଲେ l ଏକ ପରିବେଶ ସଚେତନତା ପଦଯାତ୍ରା ନିକଟସ୍ଥ ଗ୍ରାମରେ ଅନୁଷ୍ଠିତ  କରାଯାଇଥିଲା l  ସନ୍ତୋଷ କୁମାର ମିଶ୍ର, ଏସ. ଏମ. ସି ଅଧକ୍ଷ ମନୋଜ ତ୍ରିପାଠୀ, ପି. ଏସ. ଏସ ଅଧକ୍ଷ କୃଷ୍ଣ ଚନ୍ଦ୍ର ସାମଲ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଵୃକ୍ଷ ରୋପଣ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଉତ୍ସବ ପାଳନରେ ସହଯୋଗ କରିଥିଲେ l

Related Posts

About The Author

Add Comment