ତିହିଡ଼ି ୬/୭/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ଦେଇ ପ୍ରବାହିତ କୁଣ୍ଡିନଦୀ ର ଯୋର ନିକଟ ରେ ଏକ ଶୁଇଚ ଗେଟ୍ ର ନିର୍ମାଣ ପାଇଁ ପ୍ରାୟ ଦଶ ବର୍ଷ ଧରି ସ୍ଥାନୀୟ ଲୋକେ ଦାବୀ କରି ଆସୁଛନ୍ତି। ବଡ ଦୁର୍ଭାଗ୍ୟ ର କଥା ସରକାର ଏ ବାବଦରେ ଅବଗତ ହୋଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରି ନାହାଁନ୍ତି। ଯାହା ଫଳରେ ଅଚକ, ଛନ୍ଦା ସାହି, ଉତରବାହା, ବରୁଣାଇ, ପାଳିଆ ନାୟକ ସାହି ର ଜନ ସାଧାରଣ ଓ କୃଷକ ମାନଙ୍କ ଦୁଃଖ ଦିନକୁ ଦିନ ବଢି ବାରେ ଲାଗିଛି। କୁଣ୍ଡିନଦି ରେ ଏକ ସୁଇଚ୍ ଗେଟ୍ ହେଲେ ଏହି ସବୁ ଅଞ୍ଚଳ ଜଳ ସେଚିତ ହୋଇ ପାରିବ। କୃଷକ ମାନଙ୍କ ଦୁଃଖ କଷ୍ଟ ଦୂର ହୋଇ ଯିବ। ନବୀନ ପଟ୍ଟନାୟକ ଙ୍କ ଚବିଶ ବର୍ଷ ଶାସନ କାଳରେ ଏହି ସୁଇଚି ଗେଟ୍ କୁ ନିର୍ମାଣ କରିବା ପାଇଁ ସେତେବେଳ ର ବର୍ଷୀୟାନ ବିଜେଡି ନେତା ସ୍ବର୍ଗତ ବସନ୍ତ କୁମାର ନାୟକ ପ୍ରତିଶ୍ରୁତି ଦେଇ ଥିଲେ। ଜଳସେଚନ ବିଭାଗର ବହୁ ଯନ୍ତ୍ରୀ ଆସି ସର୍ଭେ କରି ଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ବର୍ତ୍ତମାନ ର ସରକାର ଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏହି ସମସ୍ୟା ସମାଧାନ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ତେଣୁ ଏହି ଶୁଇଚି ଗେଟ୍ କୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କୃଷକ ମାନଙ୍କ ପକ୍ଷ ରୁ ଦିଲ୍ଲୀପ କୁମାର ନାୟକ, ପ୍ରଦୀପ କୁମାର ନାୟକ, ସୁଦର୍ଶନ ଦାଶ, ହୃଦାନନ୍ଦ ନାୟକ, କାଳିଆ ମଲ୍ଲିକ, ପ୍ରବୀର କୁମାର ନାୟକ, ଧୁଶା ମଲ୍ଲିକ ଓ ବହୁ ଚାଷୀ ତୁରନ୍ତ ଏହି ପ୍ରକଳ୍ପ ବାବଦରେ ଅର୍ଥ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଯଦି ସରକାର ଆମ ଦାବୀ ନ ମାନନ୍ତି ତେବେ ଆମେ ରାଜ ରାସ୍ତା କୁ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଆମେ ଏ ସଂପର୍କ ରେ ସ୍ଥାନୀୟ ବିଜେପି ନେତା ଉଷା କାନ୍ତ ନାୟକ ଙ୍କୁ ପଚାରିବାରୁ ସେ କହିଥିଲେ ଏହି ପ୍ରକଳ୍ପ ପାଇଁ ଅର୍ଥ ବରାଦ ହୋଇ ସାରିଛି, ଆସନ୍ତା ବର୍ଷ ଭଦ୍ରକ ଡ୍ରେନେଜ୍ ବିଭାଗ ଏହି କାମ ଆରମ୍ଭ କରି ଶେଷ କରିବ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ତିହିଡ଼ି ରେ କୁଣ୍ଡିନଦୀ ସୁଇଚ ଗେଟ୍ କୁ ନେଇ ଜନ ଅସନ୍ତୋଷ
|
July 6, 2026 |



