ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ରେ ଆଣିଲା ପରିବର୍ତ୍ତନ, ପୂର୍ବ ଅପେକ୍ଷା ମିଳିବ ତିନିଗୁଣା ଅଧିକ ଡାଟା

Spread the love

ନୂଆଦିଲ୍ଲୀ, ୨/୧୨ (ସଂଧାନ ନିୟୁଜ) : ଟେଲିକମ୍‌ ସେକ୍ଟରରେ ସରକାରୀ କମ୍ପାନି ବିଏସ୍‌ଏନ୍‌ଏଲ୍‌ ନିଜର ୨୪୯ର ବ୍ରୋଡବ୍ୟାଣ୍ଡ ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛି। ଏଣିକି ଗ୍ରାହକଙ୍କୁ ଏହି ପ୍ଲାନ୍‌ ଜରିଆରେ ତିନିଗୁଣା ଅଧିକ ଡାଟା ମିିଳିବା ସହିତ ଅତିରିକ୍ତ କଲିଂ ସୁବିଧା ବି ମିଳିବ। ତେବେ କମ୍ପାନି ଏହି ପ୍ଲାନ୍‌ର ମୂଲ୍ୟକୁ ୫୦ଟଙ୍କା ବୃଦ୍ଧି କରି ଦେଇଛି। ଅର୍ଥାତ୍‌ ଏହି ପ୍ଲାନ୍‌ର ମୂଲ୍ୟ ୨୯୯ଟଙ୍କା ରହିଛି ଓ ପ୍ରତିଦିନ ଗ୍ରାହକଙ୍କୁ ୧.୫ଜିବି ଡାଟା ମିଳିବ।

ଡିସେମ୍ବର ୧ରୁ ରିଡିଜାଇନ୍‌ ହୋଇଥିବା ୨୪୯ ପ୍ଲାନ୍‌ ୨୯୯ ଟଙ୍କା ହୋଇଛି। ଅର୍ଥାତ୍‌ ଏବେ ଗ୍ରାହକ ଏହି ପ୍ଲାନ୍‌ ଜରିଆରେ ପ୍ରତିଦିନ ୧.୫ଜିବି ଡାଟା ଅର୍ଥାତ୍‌ ୪୫ଜିବି ଡାଟା ପାଇ ପାରିବେ। ଏହା ପୂର୍ବ ପ୍ଲାନ୍‌ ଡାଟାରୁ ତିନିଗୁଣା ଅଧିକ ଦେବ ବୋଲି କୁହାଯାଉଛି। ଡାଟା ସ୍ପିଡ୍‌ ୮ଏମ୍‌ବିପିଏସ୍‌ ଓ ଏଫ୍‌ୟୁପି ରହିଛି। ଏହାଶେଷ ହେବା ପରେ ସ୍ପିଡ୍‌ ହ୍ରାସ ପାଇ ୧ଏମ୍‌ବିପିଏସ୍‌ ହୋଇଯିବ। ଏଥିସହିତ ୨୯୯ ପ୍ଲାନ୍‌ରେ ଗ୍ରାହକ ରିଚାର୍ଜ କଲେ କମ୍ପାନି ୬ମାସ ପର୍ଯ୍ୟନ୍ତ ୫୦ଟଙ୍କାର କ୍ୟାସବ୍ୟାକ୍‌ ଅଫର ବି ଯୋଡ଼ିଛି।

Related Posts

About The Author

Add Comment