ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁବିଶ୍ବ ପରିବେଶ ଦିବସ ପାଳିତ

Spread the love

ଯାଜପୁର ସଦର, : ୧୦/୬/୨୬ (ସନ୍ଧାନ ନ୍ୟୁଜ )  ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଯାଜପୁର ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନାଥସାହି ପରିସରରେ ବିଶ୍ବ ପରିବେଶ ଦିବସ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ଯକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ଅଧ୍ଯକ୍ଷତାରେ ପାଳିତ ହୋଇଯାଇଅଛି। ଅତିରିକ୍ତ ବରିଷ୍ଠ ଦେଓ୍ବାନୀ ବିଚାରପତି ତଥା ପ୍ରାଧିକରଣ ସଚୀବ ନେହା ଅଗ୍ରଓ୍ୱାଲ୍ ପ୍ରାରମ୍ଭିକ ବକ୍ତବ୍ଯ ସହ ସୂଚନା ପ୍ରଦାନ କରିଥିଲେ। ଏଥିରେ ଅତିଥି ଆଲୋଚକ ଭାବେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ସର୍ବେଶ୍ୱର ଦାସ, ସିଭିଲ୍ ଜଜ୍ ସୁନୀତା ବିଶ୍ବାଳ , ଆଡିସନାଲ୍ ଏସ୍ ପି ରତିକାନ୍ତ ଗିରି ,ଫରେଷ୍ଟ ରେଞ ଅଫିସର  ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ଯ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ. ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ଆଜି ଦିବସର ବିଶେଷତ୍ୱ, ସନ୍ତୁଳିତ ଓ ଅସନ୍ତୁଳିତ ପରିବେଶର ଜନଜୀବନ ଉପରେ ପ୍ରଭାବ ସହିତ ଚଳିତ ବର୍ଷର କଥାବସ୍ତୁ ଏବେଠୁ ଜଳବାୟୁ ପାଇଁ ଶିର୍ଷକ ରେ ବିସ୍ତୃତ ଆଲୋଚନା କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ପ୍ରଦୁଷଣ ପରିବେଶ ଓ ତାର କୁପରିଣତି ବିଷୟ ରେ ବକ୍ତୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦିପ୍ତିମୟୀ ପୃଷ୍ଟି, କ୍ଷୀରାବଧୀତନୟା ରାୟ ଓ ରାହୁଲ ଦାସ ଙ୍କୁ ପ୍ରାଧିକରଣ ଅଧ୍ଯକ୍ଷ ସିଲ୍ ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମୀୟ କୁମାର ଜେନା ଧନ୍ଯବାଦ ଅର୍ପଣ କରିଥିଲେ। ସଚେତନତା ଧର୍ମୀ ବାର୍ତ୍ତା ଲେଖା ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ବିଦ୍ୟାଳୟ ପରିସରରେ ପ୍ରାଧିକରଣ ଅଧ୍ଯକ୍ଷ ଓ ଅନ୍ୟ ଅତିଥି ମାନେ ଫଳ ଓ ଫୁଲ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ କର୍ମଚାରୀ ଓ ବିଦ୍ୟାଳୟ ଶିକ୍ଷକ ଏବଂ ଶିକ୍ଷାକର୍ମୀମାନେ ସହଯୋଗ କରିଥିଲେ।

Related Posts

About The Author

Add Comment