କଟକ,(ସନ୍ଧାନ ନ୍ୟୁଜ୍): କଟକ କଲ୍ୟାଣୀ ନଗର ଡିଭାଇନ ଷ୍ଟଡି ସର୍କଲ ପକ୍ଷରୁ ଉତ୍ତମ ଶିକ୍ଷା ଓ ସଠିକ ଦିଗଦର୍ଶନ ଦେବା କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ନେଇ ଚଳିତ ବର୍ଷ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ବିଭାଗ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କର ପ୍ରଦର୍ଶନ ଖୁବ ଉଚ୍ଚକୋଟିର ହୋଇଛି ଯାହାକି ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ଉତ୍ସାହିତ କରିବା ଉଦେଶ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଡିଭାଇନ ଷ୍ଟଡି ସର୍କଲ ସଭା ଗୃହରେ ଆୟୋଜନ କରାଯାଇଛି । ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଷ୍ଟଡି ସର୍କଲର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଅଭିଭାଷଣ ରଖିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଫଏସ ସୁବାସ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ.ରତ୍ନାକର ରାୟ,ସମ୍ମାନୀୟ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ.ସେକ କଲିମୁଲ୍ଲା,ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅର୍ଥନୀତି ବିଭାଗର ଅଧ୍ୟାପକ ଚୁମନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଡିଭାଇନ ଷ୍ଟଡି ସର୍କଲ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ।
|
June 9, 2026 |



