ସ୍ୱାମୀ ଓ ସ୍ତ୍ରୀ ବଚସା କୁ କେନ୍ଦ୍ରକରି ହତ୍ୟା ସନ୍ଦେହ,ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

Spread the love

ସୁନ୍ଦରଗଡ ତା:୯/୬/୨୦୨୬(ସନ୍ଧାନ ନ୍ୟୁଜ/ବ୍ୟୁରୋ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଗବାହାଲ୍ ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନା କୁ ଆସିଛି । ସୂଚନା ଅନୁସାରେ ସଂଜୀବ ତିର୍କୀ (୩୩) ପି- ରବି ତିର୍କୀ ଗ୍ରାମ ମୁହୂପଡା (ବନ୍ ଢିପା ) ର ବାସିନ୍ଦା । ତା.୦୮.୦୬.୨୦୨୬ ରିଖ ଦିନ ସଂଜୀବ ତିର୍କୀ ଙ୍କ ବାପା ମା ତାଙ୍କ ଠାରୁ ଅଲଗା ଘର ତିଆରି କରି ରହନ୍ତି, ନିଜେ ସେ ତାଙ୍କ ପରିବାର ସହ ଅଲଗା ଘର ତିଆରି କରି ରହନ୍ତି । ତାଙ୍କ ଦୁଇଟି ଜାକ ଘର ରାସ୍ତା ର ଏପଟ ସେପଟ ରେ ଅଛି । ସଂଜୀବ ତିର୍କୀ ଙ୍କ ବାପା ରବି ତିର୍କୀ ଗୋଆ କୁ କାମ କରିବାକୁ ଯାଇଥିଲା । ଗତ କାଲି ତା ୦୭.୦୬.୨୦୨୬ ରଖ ସକାଳ ୧୦ ଟା ରେ ଘରକୁ ଫେରି ଆଇଛି । ତାଙ୍କ ମା କାବିଳି ତିର୍କୀ (୫୦ ବର୍ଷ ) ପ୍ରାୟ ସବୁବେଳେ ନିସାସକ୍ତ ଅବସ୍ଥାରେ ରହୁଥିଲେ ଓ ଘରର କୌଣସି କାମ କରୁ ନ ଥିଲେ । ଗତ କାଲି ତା ୦୭.୦୬.୨୦୨୬ ରଖ ରାତି ପ୍ରାୟ ୦୮ ଟା ସମୟ ରେ ସଂଜୀବ ତିର୍କୀ ମଜୁରି କାମ କରି ଘରକୁ ଫେରିଲେ ଓ ଦେଖିଲେ ତାଙ୍କ ବାପା ପଟି ତୁଣ୍ଡ କରି ମୋ ମା କୁ ଗାଳି ଗୁଲଜ କରୁଥିଲେ । ସେ ନିଜେ ପାଖକୁ ଗଲା ବେଳେ ତାଙ୍କ ବାପା ମନା କରି କହିଲେ ମୋର ଘର କୁ ଆସିବୁ ନାହିଁ, ତୁ ମୋର ପୁଅ ନହୁ । ଏହା ଶୁଣି ସେ ଚାଲିଗଲେ। ତାଙ୍କ ପଡୋଶୀ ମାନେ କହିଲେ ଯେ ତୋର ବାପା ତୋର ମା କୁ ମାଡପିଟ କରି ଅଛି । କିଛି ସମୟ ପରେ ବାପା ଙ୍କ ର ପାଟି ବନ୍ଦ ହେବା ଜାଣି ସଂଜୀବ ତିର୍କୀଓ ତାଙ୍କ ସ୍ତ୍ରୀ ଦୁହେଁ ରାତି ପ୍ରାୟ ୦୯ ଟା ସମୟ ରେ ବାପା ଓ ମା ଦୁଇ ଜଣ ଙ୍କ ପାଖକୁ ଭାତ ଖାଇ ବା ପାଇଁ ଡାକି ଯାଇଥିଲେ । ହେଲେ ତାଙ୍କ ବାପା ଭାତ ଖାଇବାକୁ ମନା କଳା ଓ ମା ସୋଇଥିବା ଦେଖି ସେମାନେ ଫେରି ଆସିଲେ । ତାର କିଛି ସମୟ ପରେ ସଂଜୀବ ତିର୍କୀଙ୍କ ବାପା ପାଟି କରି କହିଲା ତୋର ମା ଆଉ ଜୀବନରେ ନାହିଁ । ମୁଁ ଯାଇ ଦେଖିଲି ମା ସଜ୍ଞା ହିନ ଅବସ୍ଥାରେ ସୋଇ ଥିଲା ଓ ତାର ଶରୀର ରେ କ୍ଷତ ଚିହ୍ନ ଥଲା । ତେଣୁ 108 ଆମ୍ବୁଲେନ୍ସ କୁ ଡକାଇ ମା କୁ ସବ୍‌ଢ଼େଗା ସରକାରୀ ଚିକିତ୍ସାଳୟ କୁ ନିଆଯାଇଥିଲା । ସବ୍‌ଡ଼େଗା ସରକାରୀ ଚିକିତ୍ସାଳୟ ରେ ଡାକ୍ତର ମା କୁ ପରୀକ୍ଷା କରି ରାତି ପ୍ରାୟ ୧୨ ଟା ସମୟ ରେ ମୃତ ଘୋଷଣା କଲେ । ସଂଜୀବ ତିର୍କୀଙ୍କ ବାପା ରାଗରେ ତାଙ୍କ ମା କୁ ପିଟି ପିଟି ଜୀବନରେ ମାରି ଦେଇଥିବା ନେଇ ସେ ତଳସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତଳସରା ଥାନା ଅଧିକାରୀ ଏକ ମାମଲା ରୁଜୁକରି ତଦନ୍ତ ଚଳାଇବା ସହ ଅଭିଯୁକ୍ତ ରବି ତିର୍କୀ(୫୫ବର୍ଷ) ଙ୍କୁ ପିଏସ କେଶ ନମ୍ବର ୧୭୬/୨୦୨୬ ୟୁ/ଏସ.୧୦୩(୧) ବିଏନଏସ ରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related Posts

About The Author

Add Comment