ସୁନ୍ଦରଗଡ଼ ତା:୦୭-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ବାଲିଶଙ୍କରା ବ୍ଲକ ରାମପୁର ପଞ୍ଚାୟତ ର ଧୁଡିନୁଆଁ ଗାଁ ଆର.ଡି ରାସ୍ତା ରୁ ନିମ୍ୱଡ଼ିହି ଗେନ୍ଦାଗୁଡା ପର୍ଯ୍ୟନ୍ତ ତିଆରି ହୋଇଥିବା କେନାଲ କୁ ଅତି ନିମ୍ନମାନ ତିଆରି କରି ଠିକାଦାର ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ଆସିଛି l ସୂଚନା ଅନୁସାରେ ଧୁଡିନୁଆଁ ଗାଁ ଆର.ଡି ୨୫୮୦ମିଟର ରୁ ୩୪୨୦ମିଟର ଖଟଙ୍ଗ ନାଲା କାମ ୨୦୨୫-୨୬ପାଇଁ ୭୯,୮୬, ୧୪୮,୦୨ପରିମାଣ ର ଟଙ୍କା ସରକାର ଅନୁମୋଦନ କରିଥିବା ବେଳେ ଠିକାଦାର କେନାଲ କାମ କୁ ନିମ୍ନମାନ କାମ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଏଥିରେ ବିଭାଗୀୟ ଜେ.ଇ ଙ୍କ ସଂପୃକ୍ତି ଥିବା ଚାଷୀ ଅଭିଯୋଗ କରିଥିବା ଜଣାପଡିଛି ।କେନାଲ କାର୍ଯ୍ୟରେ ଉପଯୁକ୍ତ ଲେବୁଲ ନ ରଖିବା କାରଣରୁ କେନାଲ ର ବିଭିନ୍ନ ସ୍ଥାନରେ ପାଣି ଜମା ହେଉଥିବା ଅଭିଯୋଗ ସହିତ କେନାଲ ର ଟେଲ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି ।କେନାଲ କାର୍ଯ୍ୟ ଅନୁସାରେ ପ୍ରକୃତ ସ୍ଥାନରୁ କାର୍ଯ୍ୟ ନ ହୋଇଥିବା ଅଭିଯୋଗ ଥିବା ବେଳେ ମନମୁଖୀ କାର୍ଯ୍ୟ ହୋଇଥିବା ଚାଷୀ ପକ୍ଷରୁ ସୂଚନା ରହିଛି l ଲୋକେ ସେହି ପାଣି ଜମୁଥିବା ଜାଗା କୁ ତିଆରି କରିବାକୁ କହିବାରୁ ଶେଷ ରେ ମାଟି ରେ ବାନ୍ଧି ଦେଇଥିବା ଚାଷୀ ପ୍ରକାଶ କରିଛନ୍ତି l ଏହି କେନାଲ କାର୍ଯ୍ୟରେ ଉପଯୁକ୍ତ ଚିପ୍ସ , ବାଲି, ସିମେଣ୍ଟ,ଲୁହା ଛଡ଼ ବ୍ୟବହାର ହୋଇ ନ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତା ସହିତ ସିମେଣ୍ଟ ବଦଳ ରେ ଡଷ୍ଟ ବ୍ୟବହାର କରି କେନାଲ ତିଆରି କରାଯାଇଥିବା ଜନ ସାଧାରଣ ପ୍ରକାଶ କରିଥିବା ସୂଚନା ମିଳିଛି l ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳ ର ଚାଷୀ ଦାବି କରିଥିବା ଜଣାପଡ଼ିଛି ।
କେନାଲ ତିଆରି କାର୍ଯ୍ୟରେ ଅବହେଳା,ନିମ୍ନମାନ ର କାର୍ଯ୍ୟକରୀ ଟଙ୍କା ଚଳୁ କରିଥିବା ଅଭିଯୋଗ
|
June 7, 2026 |



