ସୁନ୍ଦରଗଡ ମେଡିକାଲ ବାଇକ୍ ଷ୍ଟାଣ୍ଡରେ ଅରାଜକତା ପାଇଁ ଲୋକେ ମୌଳିକ ସୁବିଧାରୁ ବଂଚିତ

Spread the love

ସୁନ୍ଦରଗଡ ତା:୩୧/୫/୨୦୨୬(ସନ୍ଧାନ ନ୍ୟୁଜ) ଏହି ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ରୋଗୀଙ୍କୁ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏଠାରେ କିନ୍ତୁ ଦେଖିବାକୁ ମିଳିଛି ଚରମ ସୀମାର ଅବ୍ୟବସ୍ଥା। ମେଡିକାଲ ପରିସରରେ ଥିବା ବାଇକ୍ ଷ୍ଟାଣ୍ଡ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଏବଂ ସାଧାରଣ ଲୋକଙ୍କୁ ଶୋଷଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିଶେଷ ଭାବରେ ଅସୁବିଧାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ମୁଖ୍ୟ ଚିକିତ୍ସାଳୟରେ ଖୋଲା ଆକାଶରେ ଦୁଇ ଚକିଆ ଯାନ ର ଷ୍ଟାଣ୍ଡ ଥିବାବେଳେ ତାହା ଏବେ ଗ୍ରୀଷ୍ମ ସମୟରେ ଲୋକଙ୍କ ଜୀବନ ପାଇଁ ବିପଦ ସାଜିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଚକିଆ ଯାନର ତେଲ ଟାଙ୍କି ଗରମ ହୋଇ ଫାଟିବା ର ସମ୍ଭାବନା ବଢିବାରେ ଲାଗିଚି ।ତା ସହିତ ଚିକିତ୍ସାଧିନ କର୍ମଚାରୀ ନିଜ ଦୁଇ ଚକିଆ ଯାନ ଷ୍ଟାଣ୍ଡ ରେବନ ରଖି ଚିକିତ୍ସାଳୟ ପରିସରରେ ରଖୁଥିବା ଦେଖିବାକୁ । ଏଥିରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ଚର୍ଚ୍ଚା ହେଉଛି ।ବିଭାଗୀୟ ଅଧିକାରୀ ଏଥିରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment