ଏସଜି କଲେଜ +୨ ବିଜ୍ଞାନ  ଟପ୍ପର ମନୀଷାଙ୍କୁ ପୂର୍ବତନ ସରପଞ୍ଚଙ୍କ ପକ୍ଷରୁ ସମ୍ବର୍ଦ୍ଧନା

Spread the love

ଯାଜପୁର ସଦର, :୨୭/୫/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନସ୍ତ ମଙ୍ଗଳପୁର –  ଵଜରାପାଟ ଗ୍ରାମର ନିରଞ୍ଜନ ନାଥ ଏବଂ ବିଜୟlଲକ୍ଷ୍ମୀ ନାଥଙ୍କ ଝିଅ ମନୀଷା ନାଥ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୭୧ ନମ୍ବର ତଥା ୯୫% ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଛନ୍ତି | ମନୀଷା କନିକାପଡା ପଞ୍ଚାୟତସ୍ତ କନିକାପଡା ସ୍ଥିତ ସାଧୁଗୌରେଶ୍ୱର ମହାବିଦ୍ୟାଳୟ (ଏସଜି କଲେଜରେ) ପାଠ ପଢୁଥିବା ବେଳେ ଏହି କଲେଜ ଇତିହାସରେ କେବେ କେହି ବିଜ୍ଞାନ ବିଭାଗରେ ଏତେ ପ୍ରତିଶତ ମାର୍କ ରଖି ରେକର୍ଡ ସୃଷ୍ଟି କରି ନଥିବା ବେଳେ ମନୀଷା ଏଭଳି ସର୍ବୋଚ୍ଚ ନମ୍ବର ରଖି ରେକର୍ଡ ସୃଷ୍ଟି କରିବା ଶହ ଏସଜି କଲେଜ ତଥା ମଙ୍ଗଳପୁର ପଞ୍ଚାୟତ ପାଇଁ ଗୌରବ ଆଣିଛନ୍ତି| ମନୀଷାଙ୍କର ଏଭଳି ସଫଳତା ପାଇଁ ମଙ୍ଗଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଯୁବ ସମାଜସେବୀ ଶିଶିର ଧଳ  ମନୀଷାଙ୍କ ଘରେ ପହଞ୍ଚି  ମନୀଷାଙ୍କର ଏଭଳି ସଫଳତା ପାଇଁ ତାଙ୍କୁ ଏକ ଜଗନ୍ନାଥଙ୍କ ଫଟୋ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ଶହ  ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ |ମନୀଷା  ମଙ୍ଗଳପୁର ପଞ୍ଚାୟତ ପାଇଁ ଗୌରବ ଅର୍ଜନ କରିଥିବାରୁ ଏହି ପରିପ୍ରେକ୍ଷୀରେ ମନୀଷା ଓ ତାଙ୍କ ପରିବାର ଲୋକଙ୍କୁ ମିଠା ଖୁଆଇ  ଯୁବ ସମାଜସେବୀ ଶିଶିର ଧଳ ଖୁସି ମନାଇଥିଲେ | ଏହି କାର୍ଯ୍ୟକ୍ରମରେ ମଙ୍ଗଳପୁର ପଞ୍ଚାୟତର ଅନେକ ଯୁବ କର୍ମୀ ସାମିଲ ହୋଇଥିଲେ |

Related Posts

About The Author

Add Comment