ପୋଖରୀ ରେ ଗାଧଉଥିବା ବେଳେ ପାଣିରେ ବୁଡି ମୃତ୍ୟୁ, ତାଙ୍କ ବିୟୋଗ ରେ ଗାଁ ରେ ଖେଳିଗଲା ଶୋକ ର ଛାୟା

Spread the love

ସୁନ୍ଦରଗଡ଼ ତା:୧୯-୦୫-୨୦୨୫ରିଖ (ସନ୍ଧାନ ନ୍ୟୁଜ ) ଆଜି ସକାଳ ସମୟରେ ବହୁତ ଦୁଃଖଦ ଘଟଣା ଟିଏ ବାଲିଶଙ୍କରା ବ୍ଲକ ରାଉଲଡେଗା ଗ୍ରାମ ଠାରେ ଘଟି ଯାଇଚିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ରାଉଲଡେଗା ଗ୍ରାମ ର ପବିତ୍ର ମହାନନ୍ଦିଆ ଙ୍କ ମୃତ୍ୟୁ ହୋଇଯାଇଛି l ସେ ସ୍ଥାନୀୟ ତୁମଳିଆ ଇଟା ଭଠା ରେ ନିତ୍ୟ କାମ କରୁଥିଲେ l ସକାଳୁ ନିକଟରେ ଥିବା ପୋଖରୀ ରୁ ଗାଧେଇ, ଖିଆ ପିଆ କରି କାମ କରିବାକୁ ଯାଉଥିଲେ l ସବୁଦିନ ପରି ଆଜି ପୋଖରୀ କୁ ଗାଧେଇ ଯାଇଥିବା ବେଳେ ଗାଧୁଥିବା ବେଳେ ପାଣିରେ ବୁଡି ଯାଇଥିବା ଖବର ମିଳିଥିଲା ।ଖବର ପାଇ ଗାଁ ଲୋକ ଓ ପରିବାର ଲୋକ ସେ ସ୍ଥାନ କୁ ପହଂଚି ତଲସରା ଥାନା କୁ ଜଣାଇଥିଲେ l ଖବର ପାଇ ତଲସରା ପୋଲିସ ଶବ ଜବତ କରି ଶବ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନା କୁ ପଠାଇଥିଲେ l ପବିତ୍ର ମହାନନ୍ଦିଆ ଜଣେ ସମାଜ ସେବି ଥିବାବେଳେ ତାଙ୍କର ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l

Related Posts

About The Author

Add Comment