ଯାଜପୁର ସଦର, : ୮/୫/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ଛାତ୍ର ସତ୍ୟସାଇ ହାଇସ୍କୁଲର ଛାତ୍ର ଶୁଭମ ସାହୁ ମେଟ୍ରିକ ପରୀକ୍ଷାରେ ୧୭୩ନଂ ରଖି ଯାଜପୁର ଜିଲ୍କାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶୁଭେଚ୍ଛାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ଏନେଇ ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ବିଶ୍ୱରଂଜନ ମଲିକ ଶୁଭମଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଶ୍ରୀଯୁକ୍ତ ମଲିକ ପୁଷ୍ପଗୁଚ୍ଛ,ଉପଢେ।ନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଦଶହଜାର ଟଙ୍କା ଶ୍ରୀଯୁକ୍ତ ମଲିକ ପୁରସ୍କୃତ କରିଥିଲେ । ସେହିପରି ବରୀ ବ୍ଳକର ଗ୍ରେଡ ପାଇଥିବା ୩ ଜଣ ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେବା ସହିତ ଶ୍ରୀଯୁକ୍ତ ମଲିକ ୧୦ ହଜାର ଟଙ୍କା ଲେଖାଏଁ ତାଙ୍କ ଦରମାରୁ ପୁରସ୍କୃତ କରିଥିଲେ । ସେହିପରି କୁଆଖିଆ ଥାନା ଆଇଆଇସି ପ୍ରସନ୍ନ କୁମାର ସେଠି ଜିଲ୍ଲା ଟପ୍ପର ଶୁଭମକୁ ପୁଷ୍ପଗୁଚ୍ଛ ଦେବା ସହିତ ୫ ହଜାର ଟଙ୍କା ପୁରସ୍କୃତ କରିଥିଲେ । ଏହି ସମ୍ବର୍ଦ୍ଧିତ ପ୍ରତିଭା ବାନ ଛାତ୍ରକୁ ଝଲପଡ଼ା ସରପଞ୍ଚ ଭାରତୀ ମଲିକ ଉପସ୍ଥିତ ଥିବା ବେଳେ ଗ୍ରାମର ମୁରବୀ ଶ୍ରୀଯୁକ୍ତ ସୁରେନ୍ଦ୍ର ରାଉତ ଉପସ୍ଥିତ ଥିଲେ । ମେଧାବୀ ଛାତ୍ର ଶୁଭମ ସାହୁଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଲାଗି ବରୀ ବିଧାୟକ ବିଶ୍ଵରଂଜନ ମଲିକ ପ୍ରତିଶୃତି ଦେଇଥିଲେ । ଏଠାରେ ଏଠାରେ ସୂଚନା ଯୋଗ୍ୟ ଯେ ସତ୍ୟସାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ ବିଦ୍ୟାଳୟର ଶିକ୍ଷା କମିଟି ଏବଂ ଜିଲ୍ଲା ଟପ୍ପର ଶୁଭମ ସାହୁ ୮ ଘଣ୍ଟା ଧରି ପାଠ ପଢୁଥିବା ଶ୍ରୀସାହୁ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇଥିଲେ । ଶୁଭମର ମା ସତ୍ୟସାଇ ହାଇସ୍କୁଲରେ ପାଚିକା ଭାବରେ କାର୍ଯ୍ୟ କରୁଥିବା ବେଳେ ଶୁଭମ ୫୭୩ନଂ ରଖି ଜିଲ୍ଲା ପାଇଁ ଗୌରବ ଆଣିଥିବା ଦେଖିବାକୁ ମିଳିଛି ।
ଯାଜପୁର ଜିଲ୍ଲାରେ ଟପ୍ପରଙ୍କୁ ସମ୍ବର୍ଦ୍ଧିତ
|
May 8, 2026 |



