କଷବା ଗ୍ରାମରେ ପାଲା ଓ କୀର୍ତ୍ତନ ଅନୁଷ୍ଠାନକୁ ନେଇ ଗୋଷ୍ଟି ସଂଘର୍ଷ 

Spread the love

ଯାଜପୁର ସଦର, : ୯/୪/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ ଥାଳକୁଡି ପଞ୍ଚାୟତସ୍ତ କସବା ଗ୍ରାମର ୬ନମ୍ବର ଓ ୭ନମ୍ବର ୱାର୍ଡ ବାଉତରା ସାହି ଓ ପିରବନ୍ଧ ଡିହ ସାହି ମଧ୍ୟରେ ପାଲା ଓ କୀର୍ତ୍ତନ ଅନୁଷ୍ଠାନକୁ ନେଇ ଦୁଇ ସାହି ମଧ୍ୟରେ ଆଜି ଗଣ୍ଡଗୋଳ ହୋଇଥିଲା ଓ ପରେ ଏହା ଗୋଷ୍ଠୀ ସଙ୍ଘର୍ଷରେ ପରିଣତ ହୋଇଥିଲା | ଏହି ଗୋଷ୍ଟି ସଂଘର୍ଷରେ ୧୫ ରୁ ଉର୍ଦ୍ଧ ଲୋକ ଆହତ ହୋଇଥିବା ଜଣା ପଡିଛି ।ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଇଟା, ମେଣ୍ଟାଲ, କାଚ ବୋତଲ ଫୋପଡ଼ା ଫୋପାଡ଼ି ହେଉଥିବାର ଦେଖିବାକୁ ମିଳିଥିଲା ।ଆହତ ମାନେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଆହତ ମାନଙ୍କ ମଧ୍ୟରେ ପିରବନ୍ଧ ଡିହ ସାହିର ଅଭୟ ମଲ୍ଲିକ,ବାବୁଲି ମଲ୍ଲିକ,କାଠିଆ ମଲ୍ଲିକ,ମହେଶ୍ୱର ମଲ୍ଲିକ, ଅଧର ମଲ୍ଲିକ,ଦୀପକ ମଲ୍ଲିକ,ରଙ୍ଗବତୀ ମଲ୍ଲିକ,ସୁବାଷ ମଲ୍ଲିକ,ରିଲିଆ ମଲ୍ଲିକ, ମେଘନାଦ ମଲ୍ଲିକ,ମାଗୁଣି ମଲ୍ଲିକ,ଟିକିଲି ମଲ୍ଲିକ ହୋଇଥିବା ବେଳେ ବାଉତରା ସାହିର ମଧ୍ୟ ୭/୮ଜଣ ଆହତ ହୋଇଥିବା ସୂଚନା।ତେବେ ଘଟଣା ସ୍ଥଳରେ ମଙ୍ଗଳପୁର ଆଇଆଇସି ରଞ୍ଜନ କୁମାର ବେହେରା,ଏସଆଇ ସଂକେତ ପଲ୍ଲାଇ,ଏଏସଆଇ ଜଟାଧାରୀ ଦାସ,ଏଏସଆଇ ଘନଶ୍ୟାମ ନାୟକ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଏ ସମ୍ପର୍କରେ ମଙ୍ଗଳପୁର ଥାନା ଅଧିକାରୀ ରଞ୍ଜନ କୁମାର ବେହେରାଙ୍କୁ ପଚାରିବାରୁ ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଆବଶ୍ୟକ ଅନୁଯାଇ ପଦକ୍ଷପ ନିଆଯିବ ବୋଲି କହିଥିଲେ |

Related Posts

About The Author

Add Comment