ଆଜି ମଧ୍ୟ ଚାଲିଛି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ଼ ତା:୪/୪/୨୦୨୬(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)  ବିଗତ ୨୦୨୩-୨୦୨୪ ଆର୍ଥିକ ବର୍ଷ ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ କୁଲବା ପଞ୍ଚାୟତର ନୁଆଡ଼ିହି ରେ ଏକ କମ୍ୟୁନିଟି ସେଣ୍ଟର୍  ଦିଆଯାଇଥିଲା ।ଯାହାର ବ୍ୟୟ ଅଟକଳ ପାଞ୍ଚ ଲକ୍ଷ ଟଙ୍କା ଅଟକଳ ରହିଥିବା ସୂଚନା ଫଲକରୁ ଜଣାପଡିଛି । ତା ସହିତ କାର୍ଯ୍ୟ ଆରମ୍ଭ ସହିତ କାର୍ଯ୍ୟ ସମ୍ପୂର୍ଣ ତାରିଖ ନ ଥିବା ଫଳକ କୁ ଦେଖିଲେ ଜଣାପଡୁଛି । ଅଞ୍ଚଳବାସୀଙ୍କ କହିବା ଅନୁସାରେ  ଏହି କାର୍ଯ୍ୟରେ ଅନେକ ଠିକାଦାର ସଂଶ୍ଳିଷ୍ଟ ଥିବା  ସହିତ କାର୍ଯ୍ୟ ନିଶ୍ଚିତତା ନ ହେବା କାରଣରୁ ସରକାର ପରିବର୍ତ୍ତନ ପରେ ମଧ୍ୟ କାର୍ଯ୍ୟ ଶେଷ ହେଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।  ସରକାର ପରିବର୍ତ୍ତନ ପାରେ ମଧ୍ୟ ତାହା ସମାଧାନ ନ ହେବା ଯୋଗୁଁ ଲୋକେ ସୁବିଧାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ଏଥିରେ ପଞ୍ଚାୟତ ନିର୍ବାହି ଅଧିକାରି ଙ୍କ ଉଦାସୀନ ମନୋଭାବ ହେବା ସହିତ ଅବହେଳା ଏହି କାର୍ଯ୍ୟ ବ୍ୟବଧାନ କାରଣ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଏହି କାର୍ଯ୍ୟରେ ଅତ୍ୟଧିକ ବିଳମ୍ବ ହେବା କାରଣରୁ ଉଚିତ୍ ତଦନ୍ତ ହେବାର  ଆବଶ୍ୟକତା ରହୁଥିବା ବୁଦ୍ଧିଜୀବୀ ମହଲ ରୁ ପ୍ରକାଶ ।ଦେଖିବାକୁ ବାକି ରହିଲା ଲୋକଙ୍କ ସରକାର କହୁଥିବା ସରକାର କେବେ ଲୋକଙ୍କ ସୁବିଧା ପାଇଁ ଦୃଷ୍ଟି ଦେଉଛନ୍ତି ।

Related Posts

About The Author

Add Comment