ଯାଜପୁର ସଦର, : ୩/୪/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି ରାମରାଜା ଭସାଣୀରେ ଅଭିର ଖେଳରୁ ମହାଭାରତ ସୃଷ୍ଟି ହୋଇଥିବା କୁ ନେଇ ଗଣ୍ଡଗୋଳ ହେବାରୁ ଯାଜପୁର ସଦର ଥାନା ପୋଲିସ୍ ୪ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଧର୍ମଶାଳା ଥାନା ଦେଉଳି ଗ୍ରାମର ଗୁଣନିଧି ସ୍ଵାଇଁଙ୍କ ପୁଅ ବିକି ସ୍ଵାଇଁ,ସଦର ଥାନା ଉପର ବରୁଆଁ ଗ୍ରାମ ର ନରେନ୍ଦ୍ର ସାହୁଙ୍କ ପୁଅ ସୁଦର୍ଶନ ସାହୁ, ସେକ୍ ସମରେଶଙ୍କ ପୁଅ ସେକ୍ ସାନି,ଅବବୁଲ୍ ସେକ୍ ରଫିକିଙ୍କ ପୁଅ ସେକ୍ ଦୁଲିମ୍ ବୋଲି ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୩୦ ତାରିଖ ରାତିରେ କୁଝାଲା ଗ୍ରାମ ର ରାମରାଜା ଠାକୁରଙ୍କ ଭସାଣୀ ଚାଲିଥିବା ବେଳେ ଏହି ସମୟରେ ପରସ୍ପରକୁ ରଙ୍ଗ ମରାମରି ଅଭିର ଖେଳିବା ସହିତ ଏହାକୁ କେନ୍ଦ୍ର କରି ରାସ୍ତା କଡରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ଉପରେ ଅଭିର ପଡିଥିଲା । ଏହାକୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବଚସା ହେବାରୁ ଏହା ଉର୍ଗ ରୂପ ଧାରଣ କରି ଥିଲା । ଖବର ପାଇ ଯାଜପୁର ଆରକ୍ଷୀ ଅଧ୍ୟକ୍ଷଙ୍କ ପ୍ରସାନ୍ତ ମାଝୀ ଥାନା ଅଧିକାରିଣୀ ଚିନ୍ମୟୀ ବେହେରା ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ସାନ୍ତ ପଡିଥିଲା ।ଭସାଣୀ ଆସୁଥିବା ସମୟରେ ଜଣେ ଯୁବକ ଚାଲି ଚାଲି ଆସୁଥିବା ବେଳେ ଅନ୍ୟ ଗୋଷ୍ଠୀର ଯୁବକ ବାଇକ୍ ରେ ଆସି ଧକ୍କା ଦେଇଥିଲେ । ଯାହା ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ଏହା ପରେ ପରିସ୍ଥିତି ଅଣଆୟତ୍ତ ହୋଇଥିଲା । ରାତିରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଢେଲା ପଥର ମାଡ ହୋଇ ଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ପରେ ୨ ଗୋଷ୍ଠୀ ମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୁଝାଲା ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଥାନା ଅଧିକାରିଣୀ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଶିତି କଣ୍ଠ କାନୁନ୍ଗୋ, ପ୍ରଶାନ୍ତ ମାଝି, ଉଭୟ ଗୋଷ୍ଠୀର ୧୦ ଜଣ ମୁରବି ମାନଙ୍କୁ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ୨ ଦିନ ମଧ୍ୟରେ ଶାନ୍ତି କମିଟି ଗଠନ କରାଯାଇ ଆସନ୍ତା ୬ ତାରିଖ ଦିନ ସମାଧାନ କରାଯିବା ବୋଲି ଜଣାଯାଇଛି ।
ଭସାଣୀକୁ କେନ୍ଦ୍ରକରି ୪ ଜଣ ଗିରଫ ହେଲେ
|
April 3, 2026 |



