ସୁନ୍ଦରଗଡ଼ ତା: ୩୧/୩/୨୦୨୬ (ସନ୍ଧାନ ନ୍ୟୁଜ ) ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ’। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। କେଉଁଠି ଅଧାପନ୍ତରିଆ କୋଠା ତ ଆଉ କେଉଁଠି ନିର୍ମାଣ କାମରେ ବ୍ୟାପକ ଅନିୟମିତତା। ଲୋକଙ୍କ ପାଖକୁ ସେବା ପହଞ୍ଚିବା ପୂର୍ବରୁ ଯୋଜନା ଫେଲ୍ ମାରିବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଗରିବ ଓ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ପ୍ରଶାସନିକ ଅବହେଳା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଯୋଜନା ବାଟବଣା ହେଉଛି। ତଳସରା ପଞ୍ଚାୟତର ରାଉଲଡେଗା ଭଳି ଅଞ୍ଚଳରେ ନିର୍ମାଣ ହେଉଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହୋଇଥିବା ଫଳକର ସୂଚୀତ କରାଯାଇଛି ହେଲେ ବାସ୍ତବିକ୍ ଚିତ୍ର ଅଲଗା , ଆଜି କେନ୍ଦ୍ରରେ ପାଣିର ସୁବିଧା ସହିତ ଆଲୁଅ ବ୍ୟବସ୍ଥା ଶୂନ୍ୟ । ତା ସହିତ ତଳସରା ରେ ସ୍ବାସ୍ଥ୍ୟ କେନ୍ଦ୍ର ଥାଇ ମାତ୍ର ଦୁଇ କିଲୋମିଟର ବ୍ୟବଧାନରେ ୪୫ ଲକ୍ଷ ୯ଶହ ୮୬ ଟଙ୍କାର ସ୍ବାସ୍ଥ୍ୟ ଯୋଜନା ହେବା ପ୍ରଶ୍ନ ଘେରରେ । ଏଥିରେ ଯୋଜନା ମୂଳକ ଭାବେ ପ୍ରତ୍ୟେକ ପ୍ରଶାସନିକ ଅଧିକାରୀ ସହିତ ଅଞ୍ଚଳ ର ପ୍ରତିନିଧି ସଂଶ୍ଳିଷ୍ଟ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯୋଜନାର ଟଙ୍କା ଉପଯୁକ୍ଟ କାର୍ଯ୍ୟରେ ଖର୍ଚ୍ଚ ନ ହେବା ଫଳରେ ଲୋକେ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ‘ହରିଲୁଟ୍’ ଶବ୍ଦ ଏବେ ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ସାଧାରଣ ପାଲଟିଛି। ଆଜକୁ ୨ବର୍ଷ ହେବ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତିଆରି ହୋଇଛି କିନ୍ତୁ ଅଧୋପନ୍ତରିଆ ଭାବରେ ପଡି ରହିଛି l ସୁବିଧା ନ ଯୋଗାଇ ସ୍ଥାନୀୟ କର୍ମଚାରୀଙ୍କୁ ସ୍ଥାନରେ ରହି ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାଧ୍ୟ କରୁଥିବା ବିଶେଷ ସୂତ୍ରରୁ ସୂଚନା ରହିଛି । ଏ ନେଇ ତଲସରା ସରପଞ୍ଚ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ ବାଲିଶଙ୍କରା ବ୍ଲକରେ ହୋଇଥିବା ଜିଲ୍ଲାପାଳ ଙ୍କ ଜନ ଶୁଣାଣି ରେ ଲିଖିତ ଦରଖାସ୍ତ ଦେଇଥିବା ଜଣାପଡିଛି । lସରକାରୀ ଯୋଜନାକୁ ବାସ୍ତବ ରୂପ ଦେବାରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା କୁଆଡ଼େ ଗଲା? କାହିଁକି ବ୍ୟୟବହୁଳ ଯୋଜନା ଗୁଡ଼ିକ ତୃଣମୂଳ ସ୍ତରରେ ବିଫଳ ହେଉଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ନା ସାଧାରଣ ଜନତା ଏମିତି ହଇରାଣ ହେଉଥିବେ, ତାହା ଦେଖିବାକୁ ବାକି ରହିଲା।



