ନୟାଗଡ ଜିଲ୍ଲା ସ୍ତରୀୟ ଆଶା, ଅଙ୍ଗୱାଡ଼ି, ସ୍ବାସ୍ଥ୍ୟ କର୍ମୀ ଙ୍କ କର୍ମ ଶାଳା କୁ ଉଦଘାଟନ କଲେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ

Spread the love

ନୟାଗଡ  ୨୭/୩/୨୬ (ସନ୍ଧାନ ନ୍ୟୁଜ ) ନୟାଗଡ ଜିଲ୍ଲା ର ଜିଲ୍ଲାପାଳ ଙ୍କ କକ୍ଷ ରେ ଏକ ଜିଲ୍ଳା ସ୍ତରୀୟ ଆଶା, ଅଙ୍ଗନୱାଡ଼ି, ଓ ସ୍ଵାସ୍ଥ୍ୟ କର୍ମୀ ଙ୍କ କାର୍ମଶାଳା ଉଦଘାଟିତ ହୋଇ ଯାଇଛି। ଉକ୍ତ କର୍ମଶାଳା କୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଅନେକ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ,ଅଙ୍ଗନୱାଡ଼ି ର ଜିଲ୍ଲା ଅଧିକାରୀ। ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଓ ସମାଜ ମଙ୍ଗଳ ଅଧିକାରୀ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ଏକ ବିକାଶଶୀଳ ଜିଲ୍ଲା ହୋଇ ଥିବାରୁ ସମସ୍ତ ଆଶା, ଅଙ୍ଗନୱାଡ଼ି, ସ୍ବାସ୍ଥ୍ୟ କର୍ମୀ ମାନେ ନିଜ ନିଜ ର କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ଆହ୍ବାନ ଦେଇ ଥିଲେ। ଅନ୍ୟ ସମସ୍ତ ଅତିଥି ମଧ୍ୟ ଆଶା, ଅଙ୍ଗନୱାଡ଼ି, ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସମସ୍ୟା ଦୂର କରିବାକୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ।

Related Posts

About The Author

Add Comment