କୟାଁଗୋଲା ହାଇସ୍କୁଲରେ ନକଲି ସାଠିଫିକେଟ ଆରୋପ: ନାମ ପରିବର୍ତ୍ତନ କରି ଚାକିରି ନେଇଥିବା ଅଭିଯୋଗରେ ତଦନ୍ତ ଦାବି

Spread the love

ଯାଜପୁର ସଦର, : ୧୯/୩/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ କୟାଁଗୋଲା ସରକାରୀ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସରୋଜ ଯେନା ଚାକିରି ସମୟରେ ଦେଇଥିବା ସାଠିଫିକେଟଟି ନକଲି ସାଠିଫିକେଟ ବୋଲି ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାଇ ସରୋଜ ଚାକିରି ସମୟରେ ଦେଇଥିବା ସାଠିଫିକେଟଟି ଦୁବକଣ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ବୋଲି ଜଣା ପଡ଼ିଥିବା ବେଳେ ସରୋଜ ଦେଇଥିବା ସାଠିଫିକେଟରେ ଗୁରୁତର ବ୍ୟତିକ୍ରମ ରହିଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି | ସରୋଜ ପ୍ରଥମେ ଦୁବକଣ ପ୍ରାଥମିକ ବିଦ୍ୟାଳୟରେ ଶରତ ଯେନା ପିତା ଭିକାରି ଯେନା ନାମରେ ଆଡ଼ମିସନ କରିଥିବା ବେଳେ ଚାକିରି କରିବା ପାଇଁ ସେତେବେଳର ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ନିଜର ନାମ ପରିବର୍ତନ କରି ଶରତ ପରିବର୍ତ୍ତେ ସରୋଜ ଯେନା ପିତା ଭିକାରି ଯେନା ନାମରେ ପୁଣି ଥରେ ରି ଆଡ଼ମିସନ କରିବାରେ ସଫଳ ହୋଇଥିଲେ | ଏହା ପଛରେ କାରଣ ଥିଲା ବୟସ କମାଇବା | ପ୍ରଥମେ ନାମ ଲେଖାଇ ଥିବା ତାରିଖ ଅନୁଯାଇ ସରତ ଯେନା ଚାକିରି କରିବାର ବୟସ ନଥିବାରୁ ପୁନର୍ବାର ନାମ ବଦଳାଇ ସରୋଜ ଯେନା ନାମରେ ରିଆଡମିଶନ କରି ଟିସି ସାଠିଫିକେଟ ନେଇ ସେ ପ୍ରଥମେ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାକିରି କରିଥିଲେ ଓ ପରେ ତାଙ୍କର କୟାଁଗୋଲା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଛି | ସେହିପରି ସରୋଜଙ୍କର ଜଣେ ସାନ ଭଉଣି ପ୍ରାଥମିକ ବିଦ୍ୟାଳୟରେ ଚାକିରି କରିଥିବା ବେଳେ ଆଉ ଜଣେ ସାନଭାଇ ଦୁବକଣ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ସରକାରୀ ଚାକିରି କରିଛନ୍ତି | ସମସ୍ତଙ୍କ ବୟସ ଓ ଅନ୍ୟ ଭାଇ ଭଉଣୀ ମାନଙ୍କର ଆଡ଼ମିସନ ରେଜିଷ୍ଟରକୁ ତଦନ୍ତ କରାଗଲେ ପ୍ରକୃତ ସତ ପଦାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି |ତେବେ ତଦନ୍ତ ପରେ ଜଣା ପଡିବ ବର୍ତ୍ତମାନର ସରୋଜ ଯେନା ପ୍ରକୃତରେ ସରୋଜ ନାଁ ଶରତ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସାଧାରଣରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ତେବେ ଏହି ଘଟଣାକୁ ନେଇ ଦୀର୍ଘଦିନ ହେବ ଜନସାଧାରଣ ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଭିଯୋଗ ଉପରେ ଜିଲ୍ଲା ଶିକ୍ଷାଧିକାରୀ ସେପରି କୌଣସି ଆଖି ଦୁର୍ଷିଆ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ସରୋଜଙ୍କର ଜନ୍ମ ସାଠିଫିକେଟ ଯାଞ୍ଚ କଲେ ଅଧିକ ତଥ୍ୟ ପଦାକୁ ଆସି ପାରିବ | ତେବେ ଦେଖିବା ପାଇଁ ବାକି ରହିଲା ସରୋଜଙ୍କ ସାଠିଫିକେଟ କେବେ ଯାଞ୍ଚ ହେଉଛି କେବେ? ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରାଯାଇ ଥିବା ବେଳେ ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି ଓ ଖୁବ ଶୀଘ୍ର ଉକ୍ତ ଘଟଣାର ସତ୍ୟ ସତ୍ୟ ପଦାକୁ ଆସିବ ବୋଲି କହିଥିଲେ

Related Posts

About The Author

Add Comment