ଯାଜପୁର ସଦର, ୧୯/୩/୨୬ (ସନ୍ଧାନ ନ୍ୟୁଜ ) :ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଙ୍କ ଜନ୍ମତିଥିରେ କଣ୍ଟିଗଡି ଆ ଶ୍ରୀ ରାମ ମନ୍ଦିର ଠାରେ ୩୨ତମ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ପଣ୍ଡିତ ବିଜୟ କୁମାର କର ଙ୍କ ଅଧ୍ୟକ୍ଷତା ର ଅନୁଷ୍ଠିତହୋଇ ଯାଇଛି। ଉକ୍ତ ବ୍ୟେଠକ ରେ ସମ୍ପାଦକ ବ୍ରହ୍ମା ନନ୍ଦ ପଣ୍ଡା ସମେତ ଶ୍ରୀରାମ ଜନ୍ମ ମହୋତ୍ସବ କମିଟି ର ଅନ୍ୟ ସମସ୍ତ କାର୍ୟ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଏହି ରାମନବମୀ ୧୯ତାରିଖ ରୁ ୨୭ତାରିଖ ପର୍ୟ୍ୟନ୍ତ ସୁଚାରୁ ରୁପେ ପାଳନ କରାଯିବ ଇବ ଏବଂ ୨୬ତାରିଖରୁ ୨୮ପର୍ୟ୍ୟନ୍ତ ରାତ୍ର ସମୟରେ ରାମଲୀଳା ଅଭିନୟ କରାଯିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ରାମଚରିତ ମାନସ, ନବାନ୍ନ ପାରାୟଣ, ପ୍ରବଚନ, ୧୦୮ହନୁମାନ ଚାଳିଶା ପଠନ, ଭଜନ, କୀର୍ତ୍ତନ, ସାଂସ୍କୃତିକ କାର୍ୟ୍ୟକ୍ରମ ଠିକ୍ ଭାବରେ ପାଳନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ୧୯ତାରିଖ ରୁ ନବରାତ୍ର ପୂଜା ଆରମ୍ଭ କରାଯିବ। ବ୍ୟାସ,- ପଣ୍ଡିତ ସୁବାସ ଚନ୍ଦ୍ର ମିଶ୍ରା ଯୋଗଦେଇ ପ୍ରତ୍ୟେକ ଦିନ ସକାଳ ସମୟରେ ସୂର୍ୟ୍ୟ ପୂଜା, ଗୋ ପୂଜା, ବିଗ୍ରହ ମାନଙ୍କର ଷୋଡଶ ଉପଚାର ପୁଜା ସନ୍ଥ ତୁଳସୀ ଦାସ୍ ଙ୍କ ଲିଖିତ ରମଚରିତମନସ ପାରାୟଣ କାର୍ୟ୍ୟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଆସନ୍ତା ୨୨ ତାରିଖ ସନ୍ଧ୍ୟା, ୬ଘଟିକା ସମୟରେ ସନ୍ଥ ବାବା ମନୋହର ଦାସ୍ ମହାରାଜ ଯୋଗ ଦେଇ ଆନୁଷ୍ଠାନିକ ଭାବେ ରାମ କଥା ଉଦଘାଟନ କରି ପ୍ରବଚନ୍ ଦେବାକୁ ସଦୟ ସିକୃତି ପ୍ରଦାନ କରିଛନ୍ତି। ୨୩ତାରିଖରେ ପଣ୍ଡିତ ହୃଷୀକେଶ ରଥ ଶର୍ମା ଭଗବାନ୍ ଶ୍ରୀ ରାମ ଙ୍କ କଥା ଉପରେ ପ୍ରବଚନ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ୨୪ଓ ୨୫ତାରିଖ ସନ୍ଧ୍ୟାରେ ପଣ୍ଡିତ ରବୀନ୍ଦ୍ର କୁମାର ହୋତା , ୨୬ତାରିଖ ଓ ୨୭ତାରିଖ ଦୁଇ ଦିନ ପାଈଁ ମାନସ ବିଶାରଦ ବିଶ୍ୱନାଥ ଶତପଥି ଯୋଗଦେଇ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ସମସ୍ତ କଥାକୁ ସୁନ୍ଦର୍ ଭାବରେ ପ୍ରବଚନ ଦେଇ ଶ୍ରାଦ୍ଧକୁ ମାନଙ୍କ ମଧ୍ୟରେ କିପରି ଭାବ ସୃଷ୍ଟି ହୋଇ ପ୍ରଭୂ ଙ୍କ ଶରଣାପନ୍ନ ହୋଇ ପାରିବେ ସେ ନେଇ ଏ ଦୁଇଜଣ ପ୍ରବଚକ୍ ଶିକୃତି ପ୍ରଦାନ୍ କରିଚନ୍ତି। ରାତ୍ର ୧୧ଘଟିକାସମୟରେ ମଞ୍ଚ ଉପରେ ରାମଲୀଳା ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି କରାଗଲା
ଶ୍ରୀ ରାମନବମୀ ଉପଲକ୍ଷେ ପ୍ରସ୍ତୁତି ବୈଠକ
|
March 19, 2026 |



