ବାଲିଶଙ୍କରା ଶିଶୁ ମନ୍ଦିର ବିଦ୍ୟାଳୟରେ ସାମାଜିକ ସତ ଭାବନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ଼ ତା:୦୧-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ବାଲିଶଙ୍କରା ବ୍ଲକ ବାଲିଶଙ୍କରା ଶିଶୁ ମନ୍ଦିର ଠାରେ ସାମାଜିକ ସତଭାବନା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଶ୍ରୀଯୁକ୍ତ ସନାତନ ପଟେଲ ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ପ୍ରମୁଖ ବିଶେଷ ସମ୍ପର୍କ ବିଭାଗ ପଶ୍ଚିମ ଓଡିଶା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ l ଶ୍ରୀ କୈଳାସ ପ୍ରସାଦ ଭିତ୍ରିଆ ଜିଲ୍ଲା ସଂଘ ଚାଲକ, ଶ୍ରୀ ଶଙ୍କର ନାଏକ ଜିଲ୍ଲା ସତଭାବନା ପ୍ରମୁଖ, ଶ୍ରୀ ନବୀନ କୁମ୍ଭାର ଜିଲ୍ଲା ସହ କାର୍ଯ୍ୟବାହ ଓ ଶ୍ରୀ ମନୋଜ ତନ୍ତୀ ଖଣ୍ଡ କାର୍ଯ୍ୟ ବାହ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ l ଏହି ବୈଠକ ରେ ବାଲିଶଙ୍କରା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରୁ ବିଭିନ୍ନ ସମ୍ପ୍ରଦାୟ ର ମୁଖିଆ ମାନେ ଉପସ୍ଥିତ ଥିଲେ l ହିନ୍ଦୁ ଧର୍ମ ରେ ନା ନା ଜାତି ର ଲୋକେ ବସବାସ କରୁଥିବା ବେଳେ ନିଜ ନିଜ ଭିତରେ ଅଛୁଆଁ ଭେଦ ଭାବ ରଖି ଥାନ୍ତି l ଏହି ଛୁଆଁ ଅଛୁଆଁ ଭେଦ ଭାବ କିପରି ଦୂର ହୋଇ ପାରିବ ଓ କିପରି ସମସ୍ତ ହିନ୍ଦୁ ସଂଗଠନ ର ଏକତା ବଢ଼ି ପାରିବ ସେ ବିଷୟରେ ରେ ପଙ୍ଖା ନୁ ପୁଙ୍ଖ ଭାବରେ ଶ୍ରୀ ସନାତନ ପଟେଲ ବୁଝାଇ ଥିଲେ । ଗ୍ରାମାଞ୍ଚଳ ହିନ୍ଦୁ ସଂଗଠନ ର କେନ୍ଦ୍ରବିନ୍ଦୁ ଥିବାବେଳେ ତାକୁ ସୁଦୃଢ଼ କରିବାକୁ ସମସ୍ତଙ୍କୁ ଏକମତ ହେବାପାଇଁ  ସଭାରେ ମତ ରହିଥିଲା।

Related Posts

About The Author

Add Comment