ଶ୍ରୀମତୀ ମାଳତୀ ଲତା ହାତୀ ଅଧ୍ୟାପିକା ଓଡିଆ ବିଭାଗ, ଡକ୍ଟର ହରେକୃଷ୍ଣ ମହତାବ ମହାବିଦ୍ୟାଳୟ କୁପାରୀ ରେ କାର୍ଯ୍ୟରତ। ଯେମିତି ତୁଳସୀ ଦୁଇ ପତ୍ର ରୁ ବାସେ, ଠିକ୍ ସେହିପରି ବାଲ୍ୟ କାଳ ରୁ ଶାନ୍ତ, ଧିର, ସ୍ଥିର ବ୍ୟବହାର ରେ ସମସ୍ତ ଶିକ୍ଷକ ମାନଂକ ପ୍ରିୟ ଭାଜନ ହୋଇ ପାରି ଥିଲେ ଅଧ୍ୟାପିକା ଶ୍ରୀମତୀ ମାଳତୀ ଲତା ହାତୀ।ଗପ ଲେଖିବା, କବିତା ଲେଖିବା, ପାଠ ପଢିବା, ଓ ସାଙ୍ଗ ମାନଙ୍କ ସହିତ କିଛି ସମୟ ବିତେଇବା ତାଙ୍କର ଅଭ୍ୟାସ ଥିଲା। ପାଠ ପଢା ସରିବା ପରେ ସେ କୂପାରୀ ମହାବିଦ୍ୟାଳୟ ରେ ଜଣେ ଓଡିଆ ଅଧ୍ୟାପିକା ଭାବରେ ଯୋଗଦେଇ ଥିଲେ।ଓଡ଼ିଆ ଭାଷା ସାହିତ୍ୟ କୁ ରୁଦ୍ଧିମନ୍ତ କରିବା ପାଇଁ ସେ ପ୍ରୟାସ କରି ଥିଲେ। ମହାବିଦ୍ୟାଳୟ ରେ ଓଡିଆ ଭାଷା ସାହିତ୍ୟ କୁ କିପରି ଛାତ୍ର ଛାତ୍ରୀ ମାନେ ଆଗ୍ରହ ସହକାରେ ଗ୍ରହଣ କରି ନିଜ ଭାଷା କୁ ବିକଶିତ କରିପାରିବେ, ସେଥି ପାଇଁ ଆଲୋଚନା ଚକ୍ର, ସେମିନାର ଆୟୋଜନ କରିଥିଲେ। ସଫଳ ବ୍ୟବସାୟୀ ଅଶୋକ କୁମାର ଦାସ ଙ୍କୁ ସେ ବିବାହ କରିଥିଲେ। ଗୋଟିଏ ପୁତ୍ର, ଗୋଟିଏ କନ୍ୟା କୁ ନେଇ ତାଙ୍କର ଛୋଟିଆ ସଂସାର। ପ୍ରଫେସର ଅଜୟ ସ୍ବାଇଁ ସମ୍ପାଦନା ରେ ସେ ଗୋଟିଏ ପୁସ୍ତକ ରଚନା କରିଛନ୍ତି, ଯାହାର ନାମ ଦିଗ ଓ ଦିଗନ୍ତ। ଦୈନିକ ଅନୁସନ୍ଧାନ ର ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ନାୟକ ତାଙ୍କୁ ଭେଟି ଥିଲେ କୁପାରି ମହାବିଦ୍ୟାଳୟ ର ଓଡିଆ ବିଭାଗ କାର୍ଯ୍ୟାଳୟ ରେ। ଇଶ୍ଵର ତାଙ୍କ ଚଲାପଥ କୁ କୁସୁମିତ କରନ୍ତୁ। ଓଡିଆ ଭାଷା ସାହିତ୍ୟ ର ବିକାଶ ପାଇଁ ସେ ପ୍ରୟାସ ଜାରି ରଖନ୍ତୁ, ଏହା ହିଁ ଆମର କାମନା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ୍।
ଓଡିଆ ଭାଷା ସାହିତ୍ୟ ର ସାରଥୀ ଅଧ୍ୟାପିକା ଶ୍ରୀମତୀ ମାଳତୀ ଲତା ହାତୀ
|
February 25, 2026 |



