ସୁନ୍ଦରଗଡ଼ ତା:୨୦-୦୨-୨୦୨୬ରିଖ ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ସ୍ୱାଧୀନତା ର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକ ଆଜି ପର୍ଯ୍ୟନ୍ତ ସରକାରୀ ମୌଳିକ ସୁବିଧା ପାଇ ପାରୁ ନ ଥିବା ସୂଚନା ମିଳିଛି l ସରକାରୀ ମୌଳିକ ସୁବିଧା ପାଇବା ପାଇଁ ପଞ୍ଚାୟତ ଓ ବ୍ଲକ ପ୍ରଶାସନ କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହି ଅଞ୍ଚଳ ରେ କୌଣସି କାମ ହେଉ ନ ଥିବା ଗ୍ରାମବାସି କହିଛନ୍ତି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଶଙ୍କରା ବ୍ଲକ ଶାଗ ବାହାଲ ଗ୍ରାମ ପଞ୍ଚାୟତ ର ଆମଟପାନୀ ଗ୍ରାମରେ l ଏଠାକାର ଗ୍ରାମବାସି ଙ୍କ କହିବା ଅନୁସାରେ ମୁଖ୍ୟ ରାସ୍ତା ରୁ ଆମଟପାନୀ କୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ l ଉକ୍ତ ରାସ୍ତାରେ ପୋଲଟିଏ ମଧ୍ୟ କେତେ ଦିନରୁ ଭାଙ୍ଗି ପଡି ଥିବା ବେଳେ ଏଠାକାର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି l ଏଠାରେ ଦୁଇଟି ନଳ କୂଅ ଓ ସୋଲାର ଚାଳିତ ପାଣି ପମ୍ପ ର ସୁବିଧା ରହିଥିଲେ ମଧ୍ୟ ବହୁ କଷ୍ଟ ରେ ଲୋକେ ପାଣି ଟୋପାଏ ପାଉଥିବା ବେଳେ ତାହା ଗ୍ରାମବାସିଙ୍କ ପାଇଁ ନିଅଣ୍ଟ l ଗାଧୋଇବା ପାଣି ର କଥା ତ ନ କହିଲେ ଭଲ l ଗୋଳିଆ ପାଣି ରେ ସମସ୍ତେ ଗାଧୋଇ ଦିନ କାଟୁଥିବା ସୂଚନା ମିଳିଛି l ଜଙ୍ଗଲ ଭିତରେ ଏହି ଗ୍ରାମ ଟି ଥିବା ବେଳେ ଅନେକ ସମୟ ବନ୍ୟ ଜନ୍ତୁ ମାନେ ବୁଲୁଥିବା ବେଳେ ଏଠାରେ ଲାଇଟ ବ୍ୟବସ୍ଥା ମଧ୍ୟ ନାହିଁ l ଗୋଟିଏ ସୋଲାର ଲାଇଟ ଲାଗିଥିବା ବେଳେ ତାହା ଖରାପ ହୋଇ ପଡ଼ିଥିବା ସୂତ୍ରରୁ ପ୍ରକାଶ l ପଞ୍ଚାୟତ ରୁ କୌଣସି କାମ ଟିଏ ହେଲେ ଏ ଅଞ୍ଚଳ ର ଲୋକେ ନିୟୋଜିତ ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି । କେବେ ଏଠାକାର ସାମୁହିକ ଓ ବ୍ୟକ୍ତିଗତ ଅସୁବିଧା ରୁ ମୁକ୍ତି ପାଇବା ପାଇଁ ବାରମ୍ବାର ଅଞ୍ଚଳ ପ୍ରଶାସନକୁ ଅବଗତ କଲେ ମଧ୍ୟ ତାର ସମାଧାନ ନ ହେବା ଏକ ବଡ ପ୍ରଶ୍ନ ? ଏଥି ପ୍ରତି ଜିଲ୍ଲା ତଥା ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି
ରାସ୍ତା ପୋଲ ଓ ଗାଧୋଇବା ତଥା ପିଇବା ପାନୀ ପାଇଁ ଅସୁବିଧା ଜନ ସାଧାରଣ ହନ୍ତସନ୍ତ, ପ୍ରଶାସନ ଚୁପ
|
February 20, 2026 |



