କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ୧୨. ଘଣ୍ଟିଆ ଭାରତ ବନ୍ଦ ଡାକରା 

Spread the love
ଯୋଡ଼ା, ୧୩/୨/୨୬  (ସନ୍ଧାନ ନ୍ୟୁଜ)  କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ଵାଧୀନ ଫେଡେରେସନ ମାନଙ୍କ ମିଳିତ ଡାକରାରେ ସର୍ବ ଭାରତୀୟ ସାଧାରଣ ଏହି ଧର୍ମଘଟ ଆଜି ବଡବିଲ୍ ଭଦ୍ରାସାହି ଯୋଡା ବିଲେଇପଦା ଓ ଜୁଗୁଡି ଏହି ସବୁ ଜାଗାରେ ଅଧିକ  ସଫଳ ହୋଇଛି। ଏହି ପ୍ରଭାବରେ ଯୋଡ଼ା ଖଣି ଅଞ୍ଚଳରେ ଦେଖିବା ପାଇଁ ମିଳିଛି।  ଆଜି ସକାଳୁ ଶତାଧିକ କର୍ମୀ ବାଶଂପାଣି ଛକ ଠାରୁ ହାତରେ ପତାକା ଓ ବ୍ୟାନର ନେଇ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଯୋଡ଼ା ସହର ଓ ଆଖ ପାଖ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ଖଣି ଗୁଡ଼ିକରୁ ଖଣିଜ ପରିବହନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଯୋଡ଼ା ବସଷ୍ଟାଣ୍ଡ, ଭଦ୍ରସାହି ଛକ,୫୨୦ ନମ୍ବର ଜାତୀୟ ରାଜପଥର କଳାପାହାଡ ଛକ,ଡିଏଭି ସ୍କୁଲ ଛକ , ବାଂଶପାଣି ଟୋଲ୍ ଗେଟ୍ ଛକ,ଜୁରୁଡ଼ିରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଶହ ଶହ ଟ୍ରକ୍ ରାସ୍ତା କଡ଼ରେ ଅଟକି ରହିଛି। ଏହି ଭାରତ ବନ୍ଦ ଡାକରା ପାଇଁ ଯାତ୍ରୀବାହୀ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୋକାନ ବଜାର ବନ୍ଦ ସାଙ୍ଗକୁ ୪ ଚକିଆ ଯାନ ଚଳାଚଳ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ, ସ୍କୁଲ, ବ୍ଲକ୍ ଅଫିସ୍, ବୀମା କାର୍ଯ୍ୟାଳୟ,ପୌର ପରିଷଦ ଅଫିସ, ଖଣି ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ,ରେଳ ଚଳାଚଳ ଓ କେତେକ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିଛି। ଶ୍ରମିକ ବିରୋଧୀ ଶ୍ରମ କାର୍ଡ ବାତିଲ, ଶ୍ରମିକ ବିରୋଧୀ ଶ୍ରମ ଶକ୍ତି ନୀତି ୨୦୨୬ର ପ୍ରତ୍ୟାହାର, ରାଷ୍ଟ୍ରୀୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ବନ୍ଦ, ରାଷ୍ଟ୍ରୀୟ ଉଦ୍ୟୋଗର ଘରୋଇ କରଣ ବନ୍ଦ,ଆକାଶ ଛୁଆଁ ଦରଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ କରିବା, ସର୍ବନିମ୍ନ ମାସିକ ମଜୁରୀ ଟ୨୬୦୦୦ଟଙ୍କା କରିବା, ସର୍ବନିମ୍ନ ମାସିକ ପେନସନ ୯୦୦୦ଙ୍କା କରିବା,ସ୍କିମ ୱାର୍କରଙ୍କୁ କର୍ମଚାରୀର ମାନ୍ୟତା ଦେବା, ନୂତନ ଶିକ୍ଷାନିତି ୨୦୨୦ ବାତିଲ କରିବା ନିର୍ମାଣ ଶ୍ରମିକ ମାନଙ୍କୁ ଇଏସଆଇସି ଅନ୍ତର୍ଭୁକ୍ତ କରିବା ବୋନସ ପିଏଫ ଓ ଗ୍ରାଚ୍ୟୁରେଟି ଉପରୁ ସିଲିଂ ହଟାଇବା  ଠିକାଦାର ପ୍ରଥା ବନ୍ଦ୍ କରିବା,ଖାଲିପଡ଼ିଥିବା ସମସ୍ତ ସରକାରୀ ପଦବୀ ପୂରଣ କରିବା , କୃଷକମାନଙ୍କ ୠଣ ଛାଡ଼ କରିବା , କେନ୍ଦୁଝର ଜିଲ୍ଲାର ସମସ୍ତ ବନ୍ଦ୍ ଖଣି ତୁରନ୍ତ ଖୋଲିବା, ପାଇପ୍ ଯୋଗେ ଲୁହାପଥର ପରିବହନ ବନ୍ଦ୍ କରିବା ,ଖଣି ଅଞ୍ଚଳର ସମସ୍ତ ରାସ୍ତା ଘାଟ ତୁରନ୍ତ ମରାମତି କରିବା ପିଇବା ପାଣି ଯୋଗାଇ ଦେବା,ଫରେଷ୍ଟ କଞ୍ଚରଭେସନ୍ ଆକ୍ଟ ୨୦୨୩କୁ ପ୍ରତ୍ୟାହାର କରିବା ଏବଂ ଅନ୍ୟାନ୍ୟ ଦାବିରେ କେନ୍ଦ୍ରୀୟ ୟୁନିୟନ ଓ ସ୍ଵାଧୀନ ଫେଡରେସନ୍ ଡାକରାରେ ସର୍ବ ଭାରତୀୟ ଧର୍ମଘଟ କରାଯାଇଛି। ଯୋଡ଼ା ଖଣି ଅଞ୍ଚଳରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଓ ପିକେଟିଂ କରି ବନ୍ଦ ପାଳନ କରାଯାଉଛି । ଏନେଇ ଶ୍ରମିକ ନେତା ଅଖିଳ ଭାରତୀୟ ଯୁବକ ସଂଘ କେନ୍ଦୁଝର ଜିଲ୍ଲା ସମ୍ପାଦକ ଶ୍ରମିକ ହୃଦାନନ୍ଦ ପ୍ରଧାନ କହିଛନ୍ତି ଯେ, ବିଜେପି ସରକାର ଶ୍ରମିକ ମାନଙ୍କର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ୪ ଗୋଟି ଶ୍ରମ କୋର୍ଡ ଆଣିଛି ଯାହାକି ଶ୍ରମିକ ମାନଙ୍କର ସ୍ବାର୍ଥ ବିରୋଧୀ। ଏହି ଶ୍ରମ କୋର୍ଡକୁ ବାତିଲ କରି ପୂର୍ବ ଶ୍ରମ କୋର୍ଡକୁ ଲାଗୁ କରିବା, ମହିଳା ଶ୍ରମିକଙ୍କୁ ରାତ୍ରିରେ କାର୍ଯ୍ୟରେ ନିୟୋଜିତ ନ କରିବାକୁ ଦାବି କରି ଏହି ଧର୍ମଘଟ ଜାରି ରହିଛି। ଖଣି ଅଞ୍ଚଳରେ ଜନସାଧାରଣଙ୍କର ବ୍ୟାପକ ସମର୍ଥନ ମିଳୁଛି ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରମିକ ନେତା ସଞ୍ଜୟ କୁମାର ପହି, ଧରଣୀଧର ବାରିକ୍, ରଞ୍ଜିତ କୁମାର ଦାସ,ତରଣୀସେନ ମହାନ୍ତ, ପୁରୁଷୋତ୍ତମ ମହାନ୍ତଙ୍କ ସହ ଅନ୍ୟ ମାନେ ଏହି ଧର୍ମଘଟ କୁ ପରିଚାଳନା କରିଥିଲେ ।

Related Posts

About The Author

Add Comment