ଭଦ୍ରକ (ସନ୍ଧାନ ନ୍ୟୁଜ) ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଦିନକୁ ଦିନ ଗଭୀର ହେବାକୁ ଲାଗିଛି । ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିରେ ହଜାର ହଜାର କ୍ୱିଂଟାଲ ଧାନ ପଡ଼ି ରହିଥିବାରୁ ଚାଷୀମାନେ ଭାରି ଚିନ୍ତାରେ ପଡ଼ିଛନ୍ତି । ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ମିଲା?ର୍ମାନେ ସମୟରେ ଗାଡ଼ି ନ ପଠାଇବାରୁ ଉଠାଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଫଳରେ ସମବାୟ ସମିତି ଗୁଡ଼ିକରେ ଧାନ ଭଣ୍ଡାର କ୍ଷମତା ସୀମା ଛାଡ଼ିଯାଉଛି । ଚାଷୀମାନଙ୍କ କହିବା ଅନୁସାରେ ଧାନ ଦୀର୍ଘ ସମୟ ପଡ଼ି ରହିଲେ ଓଜନ ହ୍ରାସ ଓ ଗୁଣମାନ ଖରାପ ହେବାର ଆଶଙ୍କା ରହିଛି । ଏଥିପାଇଁ ସେମାନେ ସମୟରେ ଧାନ ଉଠାଣ ହେବାକୁ ଦାବି କରୁଛନ୍ତି । ଅନ୍ୟପଟେ ଧାନ ବିକ୍ରି ହେଉନଥିବାରୁ ଚାଷୀମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି ଓ ଆସନ୍ତା ଋତୁ ପାଇଁ ଚାଷ କାମ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଚାଷୀ ସଂଗଠନମାନେ ସରକାର ତୁରନ୍ତ ମିଲ ମାଲିକମାନଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି । ଯଦି ସିଘ୍ର ସମସ୍ୟାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।
ଭଦ୍ରକରେ ଧାନ ଉଠାଣ ସଙ୍କଟ
|
February 7, 2026 |



