ଜାତୀୟ କଂଗ୍ରେସ ପାର୍ଟି ତରଫରୁ ବ୍ଲକ ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ

Spread the love

ସୁନ୍ଦରଗଡ଼ ତା:୦୪-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ବାଲିଶଙ୍କରା ବ୍ଲକ ତଲସରା ଡ୍ୟାମ ଠାରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ବ୍ଲକ ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବ୍ରହ୍ମl ନନ୍ଦ ମାଝୀ, ମହମ୍ମଦ ହସିନ, ପୁରୁଷୋତ୍ତମ ବାରିକ, ଉମେଶ ସାହୁ, ବିଷ୍ଣୁ ଦାସ, ସୁରେନ୍ଦ୍ର ମହାକୁଳ, ଇଲିଆସ ତୀର୍କୀ, ଅସକୁରା ତନ୍ତୀ, ବଳରାମ ଗହୀର, ଟଙ୍କଧର ମହାକୁଳ, ଦୀନବନ୍ଧୁ ମହାକୁଳ, ସହିତ ସମସ୍ତ ଗ୍ରାମ ପଞ୍ଚାୟତ ର ପ୍ରାୟ ୫୦ଜଣ ରୁ ଅଧିକ କଂଗ୍ରେସ କର୍ମୀ ଏହି ସଭା ରେ ଉପସ୍ଥିତ ଥିଲେ l ସୂଚନା ଅନୁସାରେ ଗତ ତା:୦୧-୦୨-୨୦୨୬ରିଖ ଦିନ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ହୋଇଥିବା ବ୍ଲକ କମିଟି ରେ ଦାୟିତ୍ୱ ଦିଆ ଯାଇଥିବା କର୍ମୀ ମାନଙ୍କୁ ପସନ୍ଦ କରି ନ ଥିବା ଯୋଗୁଁ ନୂତନ ବ୍ଲକ କମିଟି ଗଠନ କରାଯାଉ ବୋଲି ମତ ରଖିଥିଲେ କଂଗ୍ରେସ କର୍ମୀ l ନୂତନ ବ୍ଲକ କମିଟି ଗଠନ କରି ପଂଚାୟତ କମିଟି ଗଠନ ପରେ ବୁତ କମିଟି ଗଠନ କରିବା ପାଇଁ ମତ ରଖିଥିବା ସୂଚନା ମିଳିଛି l ଯଦି ଏପରି ବ୍ଲକ କମିଟି ଗଠନ ପାଇଁ ମନାନ୍ତର ହେଲେ ପାର୍ଟି ଦୁଇ ଫାଳ ହୋଇ ଶେଷରେ ଭୁଶୁଡି ଯିବାର ଆଶଙ୍କା ରହିଛି ବୋଲି ଜାତୀୟ କଂଗ୍ରେସ କମିଟି ର କର୍ମୀ ମତ ପ୍ରକାଶ କରିଥିବା ସୂଚନା ମିଳିଛି l ଆଗାମୀ ଦିନରେ ବ୍ଲକ କମିଟି ସହିତ ପଞ୍ଚାୟତ କମିଟି କୁ ସୁଦୃଢ଼ କରି ଆଗାମୀ ନିର୍ବାଚନ ରେ କଂଗ୍ରେସ ର ହାତ ମୁଠା କୁ ଟାଣ କରିବାପାଇଁ ସଭାରେ ସ୍ଥିର କରାଯାଇଥିଲା।

Related Posts

About The Author

Add Comment