ସୁନ୍ଦରଗଡ଼ ତା:୩୧-୦୧-୨୦୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ତିଳେଇକାନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମ (ବେଳମୁଣ୍ଡା )ରେ ୨୫ରୁ ୩୦ପରିବାର ରହୁଥିବା ବେଳେ ଏଠାରେ ଏକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ କରାଯାଇଛି କିନ୍ତୁ ବିଗତ ୮ରୁ ୧0ମାସ ହେଲା ତାହା ଖରାପ ହୋଇ ପଡିଛି l ଲୋକ ପିଇବା ପାଇଁ ପାଣି ଟୋପିଏ ପାଇଁ କୂଅ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି l ପଞ୍ଚାୟତ, ବ୍ଲକ ଓ ଉପବାଚସ୍ପତି ତଥା ତଲସରା ବିଧାୟକ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ସାଧାରଣରେ ଚର୍ଚା ହେଉଛି । ପ୍ରଶାସନ ତରଫରୁ ଅନେକ ପ୍ରକାର ଯୋଜନା ଉପରେ ଯୋଜନା ସରକାର କରି ଚାଲିଛନ୍ତି କିନ୍ତୁ ଏହି ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଉପରେ ବିଶେଷ ଦୃଷ୍ଟି ପଡ଼ୁ ନି ବୋଲି ଗ୍ରାମବାସିଙ୍କ ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ଶୀତ ସମୟ ଯାଇ ଧୀରେ ଧୀରେ ପ୍ରଖର ଖରା ଆସିବାକୁ ଯାଉଥିବା ବେଳେ ଏହି ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଟି ମରାମତି ନ ହେଲେ ଏଠାକାର ଜନ ସାଧାରଣ ପିଇବା ପାଣି ପାଇଁ ଅସୁବିଧା ହେବା ସହିତ କଲବଲ ହେବାର ଆଶଙ୍କା ଦେଖାଦେବ ।ପାନୀୟ ଜଳର ସୁବିଧା ପାଇଁ ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ଅନୁଦାନ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ? ଜଳ ହିଁ ଜୀବନ କହୁଥିବା ଥିବା ବେଳେ ଆଜି ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସଚେତନ କରିବାକୁ ନେଇ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଟଙ୍କା ଲୋକଙ୍କ ଜୀବନ ବଞ୍ଚାଇବାକୁ ସରକାରଙ୍କ ପାଖରେ ସଚେତନତାର ଅଭାବ ରହୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଦେଖିବାକୁ ବାକି ରହିଛି ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର କେବେ ସଚେତନ ହେବେ?
ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ୧୦ ମାସରୁ ଖରାପ ହୋଇ ପଡ଼ିଛି, ଲୋକେ ମୌଳିକ ଅଧିକାରରୁ ବଞ୍ଚିତ
|
January 31, 2026 |



