ସୁନ୍ଦରଗଡ ତା ୨୪/୧/୨୦୨୬(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଓସିପିଏଲ କୋଇଲା ଖଣି ବିରୋଧରେ ଗତ ୯ ଦିନ ଧରି ଲାଗିରହିଛି ଆନ୍ଦୋଳନ ।ଏହି ଆନ୍ଦୋଳନରେ ଅଞ୍ଚଳ ର ବୃଦ୍ଧା ସହିତ ମହିଳା ଓ ଛୋଟ ଛୋଟ ଶିଶୁ ଭୀଷଣ ଥଣ୍ଡା କାକରରେ ବସି ରହିଥିବା ଦେଖିବାକୁ ମିଳିଛି । ବାରମ୍ବାର ଜିଲ୍ଲା ପ୍ରଶାସନର ଅଧିକାରୀ ବଦଳି ହେଉଥିବା ବେଳେ ଅଞ୍ଚଳବାସୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଯୋଉ ସ୍ଥାନରେ ଲୋକଙ୍କ ଜୀବନ ଶୈଳୀ, ସଂସ୍କୃତି, ଇତିହାସ ନଷ୍ଟ ହେବା ସହିତ ପାଲ୍ୟୁସନ ରେ ଆକ୍ରାନ୍ତ ହେଉଛି ପ୍ରଶାସନ ଅଧିକାରୀ ତାର ସମାଧାନ ପାଇଁ ଆଗେଇ ନ ଆସିବା ଏକ ବଡ ପ୍ରଶ୍ନ ? ତା ସହିତ ସୁନ୍ଦରଗଡ ଜିଲ୍ଲାରେ ମନ୍ତ୍ରୀ, ସାଂସଦ ତଥା ବିଧାୟକ ସହିତ ସରକାରୀ କାର୍ଯ୍ୟକ୍ରମରେ ଅନେକ ଟଙ୍କା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଟଙ୍କା ଖର୍ଚ୍ଚର ମଉଜ କରୁଥିବା ଅଭିଯୋଗ ଆସୁଥିବା ଜଣାପଡିଛି । ଯୋଉ ଅଞ୍ଚଳ ରୁ ବିପୁଳ କୋଇଲା ପରିବହନ କରାଯାଇ ଡିଏମଏଫ ଫଣ୍ଡ ସୁଦୃଢ଼ କରୁଥିବା ବେଳେ ତାହା ସେହି ଅଞ୍ଚଳ ର ଲୋକଙ୍କ କାର୍ଯ୍ୟରେ ଲାଗି ପାରୁନି । ପ୍ରଶାସନ ଆଗକୁ ନ ଆସି କିଛି ସମାଧାନ ନ କଲେ ଆଗାମୀ ଦିନରେ ବୃଦ୍ଧା ସହିତ ଆଉ ସମସ୍ତଙ୍କ ଯଦି କିଛି କ୍ଷତି ହୁଏ ତାହେଲେ କମ୍ପାନୀ ଦାୟୀ ନ ହୋଇ ଜିଲ୍ଲା ପ୍ରଶାସନ ଦାୟି ର ବୋଲି ଜନମତ ଆସୁଥିବା ସୂତ୍ରରୁ ଜଣାପଡୁଛି । ଓସିପିଏଲ କମ୍ପାନୀ ସହିତ ଜିଲ୍ଲା ପ୍ରଶାସନ ସମାଧାନ ର ବାଟ କେବେ ବାହାର କରିବେ ତାହା ଦେଖିବାକୁ ବାକି ରହିଛି ।
ବିଗତ ୯ ଦିନରୁ କୋଇଲା ପରିବହନ ବନ୍ଦ,ଓସିପିଏଲ କୋଇଲା ଖଣି ବିରୋଧରେ ଥଣ୍ଡା କାକରରେ ୭୦ ରୁ ୮୦ ବର୍ଷ ବୃଦ୍ଧା ଓ ମହିଳା ସହିତ ବସି ରହିଛନ୍ତି ଛୋଟ ଛୋଟ ଶିଶୁ
|
January 24, 2026 |



