ବରୀ, : ୨୩/୧/୨୬ (ସନ୍ଧାନ ନ୍ୟୁଜ) ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଜାତୀୟ ସେବା ଯୋଜନାର ଦିଗଦର୍ଶନ କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ସଚେତନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ରାଜ୍ୟ ସଂଯୋଜକ ଡ଼ ବିଶ୍ଵ ମୋହନ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସେବାଯୋଜନାର ସ୍ଵେଚ୍ଛାସେବୀ ଭାବରେ ଅଂଶଗ୍ରହଣ କରି ପାଠପଢା ସହିତ ସମାଜର ବିଭିନ୍ନ ଜନହିତକର କାର୍ଯ୍ୟରେ କିଛି ସମୟ ଯୋଗଦାନ କରି ନିଜର ବ୍ୟକ୍ତିତ୍ଵର ବିକାଶ କରିବା ସହିତ ପରିବେଶ ଯେଭଳି ଆମମାନଙ୍କର ଉପକାରରେ ଆସୁଛି ଆମେ ମଧ୍ୟ ପରିବେଶ କୁ କିଭଳି ସୁରକ୍ଷିତ ରଖିବା ତାହା ଉପରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅଧ୍ୟାପିକା ସରୋଜିନୀ ପୃଷ୍ଟି, ଅଧ୍ୟାପକ ଅଭିନ୍ନ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ନିମାଇଁ ଚରଣ ଲେଙ୍କା, ଅଧ୍ୟାପକ ବିକାଶ ଚନ୍ଦ୍ର ସାହୁ, ଅଧ୍ୟାପିକା ଶୁଭଶ୍ରୀ ଦାଶ, ଅଧ୍ୟାପକ ତତ୍ତ୍ଵମସି ନାଏକ୍ ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ଶୁଭଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦୀପ କୁମାର ମୁଦୁଲୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିଲା।
ବାଲିଆ କଲେଜର ପରିବେଶ ସୁରକ୍ଷା ସଚେତନତା ଆଲୋଚନା ଚକ୍ର
|
January 23, 2026 |



