ବାଲ୍ୟ ବିବାହ ମୁକ୍ତ ନେଇ ଭାରତ ମଶାଲ ଅଭିଯାନ

Spread the love

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ନୂଆଦିଲ୍ଲୀ ର ଜଷ୍ଟ ରାଇଟ ଫର ଚିଲଡ୍ରେନ ସହାୟତାରେ ସମ୍ବଲପୁର ସମନ୍ମିତ ପ୍ରତିଷ୍ଠାନ, ଜମନକିରା ଆନୁକୂଲ୍ୟରେ ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ, ଚକୁଳିଆ ଗ୍ରାମ ପଞ୍ଚଯାତ ର ବିଭିନ୍ନ ଗ୍ରାମ ଗୁଡିକରେ ବାଲ୍ୟ ବିବାହ ମୁକ୍ତ ଭାରତ ମଶାଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ପଂଚାୟତରାଜ ସଭ୍ୟ ସଭ୍ୟା, ଆଇସିଡିଏସ କର୍ମଚାରୀ, ଗ୍ରାମବାସି ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବାଲ୍ୟ ବିବାହର କୁପରିଣାମ ସମ୍ବନ୍ଧରେ ସଚେତନ କରାଇବା, ପ୍ରତ୍ୟେକ ଶିଶୁ ଯେପରି ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ସମସ୍ତ ପ୍ରକାରର ସୁରକ୍ଷା ନିରାପଦ ଏବଂ ବାଲ୍ୟବିବାହ ମୁକ୍ତ ପରିବେଶ ପାଇପାରିବେ। ଏଥିପାଇଁ ଗ୍ରାମବାସି ଏକତ୍ର ଭାବରେ ପ୍ରଚେଷ୍ଟା ବଳବତର ରଖିବା ଏହାର ମୂଳ ଲକ୍ଷ ଅଟେ। ଏହି ପରିପ୍ରେକ୍ଷୀରେ ବାଲ୍ୟ ବିବାହ ପ୍ରତିରୋଧ ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହା ସହିତ ବାଲ୍ୟ ବିବାହ ମୁକ୍ତ ପଂଚାୟତ ଘୋଷଣା କରିବା ଏବଂ ସମସ୍ତ ଶିଶୁ ଯେପରି ସେମାନଙ୍କର ଅଧିକାର କୁ ପ୍ରାପ୍ତ କରି ପାରିବେ, ସୁସ୍ଥ, ଶିକ୍ଷିତ ଓ ମୁକ୍ତ ଜୀବନ କାଟିବେ ଏହାହିଁ ୧୦୦ ଦିନିଆ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସଚେତନ କରାଯାଇଥିଲା।

Related Posts

About The Author

Add Comment