ଜେନାପୁର,୨୭/୯ (ସନ୍ଧାନ ନ୍ୟୁଜ):( ପ୍ରଶାନ୍ତ ସାମଲ )ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ତାରିଣୀ ଛକ ନିକଟରେ ଦୁଇଟି ମାଲ ବୋଝେଇ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ଜଣେ ଚାଳକ ମୃତ୍ୟୁ ବରଣ କାରିଥିବା ଜଣାପଡିଛି। ମୃତ ଡ୍ରାଇଭର ଜଣକ ଓଡିଶା ବାହାର ରାଜ୍ୟର ବୋଲି ଜଣାପଡିଛି।ଶନିବାର ଅପରାହ୍ନରେ ଏକ କୋଇଲା ବୋଝେଇ ଟ୍ରକ ନମ୍ବର ଓଡ଼ି୨୯ଡ଼ି୧୮୬୬ ତାରିଣୀ ଛକ ନିକଟରେ ଆଗ ଚକ ପମ୍ପଚର ହୋଇଯିବା କାରଣରୁ ରାସ୍ତା କଡ଼ରେ ରଖି ଟାୟାର ଖୋଲୁଥିବା ସମୟରେ ସେହି ରାସ୍ତା ଦେଇ ଡୁବୁରୀ ରୁ ଚଣ୍ଡିଖୋଲ ଆଡ଼କୁ ପାଉଁଶ ବୋଝେଇ କରି ଯାଉଥିବା ଏକ ହାଇୱା ଓଡ଼ି୧୪ଏଡ଼ି୮୬୨୨ ଭାରଶ୍ୟାମ ହରାଇ ତାର ପଛରେ ପିଟିଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ହାଇୱା ଡ୍ରାଇଭରକୁ ଗାଡ଼ି ଭିତରୁ ବାହାର କରିବା ପାଇଁ ଏକ ଜେସିବି ମେସିନର ସାହାଯ୍ୟ ନିଆ ଯାଇଥିଲା। ଡ୍ରାଇଭର ଜଣଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗି ଯାଇଥିଲା।ଖବର ପାଇ ଚଢ଼େଇଧରା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ମେଡ଼ିକାଲ ପଠାଇଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜେନାପୁର ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।
ଚଣ୍ଡିଖୋଲ -ଡ଼ୁବୁରୀ ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ଦୁର୍ଘଟଣା,ଜଣେ ମୃତ।
|
September 27, 2025 |



